Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡ଼. ଆର୍ ସି ସାମନ୍ତରାୟ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆନୁକୁଲ୍ୟରେ କେପିଏଲ୍ ସିଜନ୍ ଫୋର୍ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
June 2, 2025
in State
ଡ଼. ଆର୍ ସି ସାମନ୍ତରାୟ ଇନଷ୍ଟିଚ୍ୟୁଟ୍  ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆନୁକୁଲ୍ୟରେ  କେପିଏଲ୍ ସିଜନ୍ ଫୋର୍ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ
57
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋରପ୍ରସାଦ ଗ୍ରାମପଞ୍ଚାୟତ ଅଧୀନ ଡ଼.ଆର୍ ସି ସାମନ୍ତରାୟ ମହାବିଦ୍ୟାଳୟ କ୍ରୀଡ଼ାଙ୍ଗନରେ ସୋମବାର ପୂର୍ବାହ୍ନ ୯ ଘଟିକା ସମୟରେ କେପିଏଲ ସିଜନ୍ ଫୋର୍ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚଟି ଡାଇନାମିକ୍ ସ୍କ୍ୱାର୍ଡ ଓ ସିରିଅସ୍ ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମ୍ୟାଚରେ ସିରିଅସ୍ ଇଲେଭେନ୍ ଟିମ୍ ଟସ୍ ଜିତି ବୋଲିଂ କରିବା ପାଇଁ ବାଛି ନେଇଥିଲେ । ପ୍ରଥମ ଇନିଂସି ରେ ଡାଇନାମିକ୍ ସ୍କ୍ୱାର୍ଡ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର୍ ବିନିମୟରେ ତାର ସମସ୍ତ ଉଇକେଟ୍ ହରାଇ ୮୧ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ ।

ବିପକ୍ଷରେ ସିରିଅସ୍ ଇଲେଭେନ୍ ଟିମ୍ ୭ ଓଭର ୪ ବଲ୍ ବିନିମୟରେ ୮ ଉଇକେଟ୍ ହରାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପାର କରି ଡାଇନାମିକ୍ ସ୍କ୍ୱାର୍ଡ କ୍ରିକେଟ୍ ଟିମ୍ କୁ ସଂପୂର୍ଣ୍ଣ ଭାବେ ପରାସ୍ତ କରି ସିରିଅସ୍ ଇଲେଭେନ୍ କ୍ରିକେଟ୍ ଟିମ୍ ବିଜୟ ମୁକୁଟ ହାସଲ କରିବାରେ ସକ୍ଷମ ହୋଇଛି । ମୀନକେତନ ବେହେରା ବ୍ୟକ୍ତିଗତ ଭାବେ ୫୧ ରନ୍ ସଂଗ୍ରହ କରି କ୍ୟାଚ ଆଉଟ୍ ହୋଇ ମ୍ୟାନ ଅଫ୍ ଦି ମ୍ୟାଚ୍ ହାସଲ କରିଛନ୍ତି । ଗୋପାଳ ବେହେରା ଏବଂ ଦିବ୍ୟଜ୍ୟୋତି ପୃଷ୍ଟି ମ୍ୟାଚଟିକୁ ପରିଚାଳନା କରିଥିଲେ । ଏହି ମ୍ୟାଚରେ ଦୈନିକ ଖବର କାଗଜ “ଉତ୍କଳ ସମାଜ ” ର ଓଡ଼ିଶା ମ୍ୟାନେଜିଂ ଏଡିଟର୍ ଶ୍ରୀଯୁକ୍ତ ଅଖିଳ ବିହାରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଭୟ ଦଳର ଖେଳାଳି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଉଭୟ ଦଳର ଅଧିନାୟକ ଓ ଖେଳାଳି ମାନଙ୍କୁ ଉନ୍ନତ ଧରଣର ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ।

ପରିଶେଷରେ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିବା ମୀନକେତନ ବେହେରାଙ୍କୁ ଟ୍ରଫି , ଉପବିଜେତା ଦଳ ଡାଇନାମିକ୍ ସ୍କ୍ୱାର୍ଡ କୁ ରନର୍ଷ ଅପ୍ ଟ୍ରଫି ଓ ବିଜେତା ଦଳ ଭାବେ ସିରିଅସ୍ ଏଲେଭେନ୍ ଦଳକୁ ଚମ୍ପିୟାନସିପ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଉକ୍ତ ମ୍ୟାଚଟିକୁ ଶହ ଶହ ଦର୍ଶକ ମନଭରି ଉପଭୋଗ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଉଭୟ ଦଳର ଖେଳାଳି ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!