କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲାପାଳ କୋଟିଆ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ।ଶୁକ୍ରବାରରେ ଆନ୍ଧ୍ର ଗ୍ରାମ ସଭା କରିଥିବା ବେଳେ କୋରାପୁଟ ଜିଲ୍ଲାପାଳ କୋଟିଆରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । କୋଟିଆର ମାଡକାର ଡୋଲିଆମ୍ବ, ଫାଟୁସିନେରି,ଫଗୁଣସିନେରି, ବ୍ରିଟିଶ ରୋଡ଼ ଇତ୍ୟାଦି ଅଞ୍ଚଳ ଗସ୍ତ କରି ଉନ୍ନୟନ ମୂଳକ କାର୍ୟ୍ୟର ତଦାରଖ ସହ ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳଙ୍କ ସହ ପଟାଙ୍ଗି ବିଡ଼ିଓ ,ଆଇଟିଡିଏ ଓ ଆରଡି ଅଧିକାରୀ ଥିଲେ ।






