ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଭୟାବହ ଋପ ଧାରଣ କରିଥିବା ବେଳେ ଏବେ ଗ୍ରାମାଞ୍ଚଳରେ କରୋନା ପହଂଚି ସାରିଲାଣି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କୋସକା ପଂଚାୟତରୁ ଗତକାଲି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସରପଂଚ ପଂଚାୟତକୁ ୫ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । ୧୭ ତାରିଖ ସକାଳ ୭ ଘଟିକାଠାରୁ ୨୧ ତାରିଖ ସଂନ୍ଧ୍ୟା ପର୍ଯ୍ୟନ୍ତ ସରପଂଚ କୃଷ୍ଣଚନ୍ଦ୍ର ସାହୁ ପଂଚାୟତରେ କଟକଣା ଲଗାଇଛନ୍ତି । ଏନେଇ ସରପଂଚ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଗ୍ରାମର କୈାଣସି ଲୋକ ବାହାରକୁ ନବାହାରିବା ପାଇଁ ସରପଂଚ ପରାମର୍ଶ ଦେଇଥିବା ବେଳେ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।






