Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧାରୁଆ ଅସ୍ତ୍ରରେ ଗଳା କାଟି ୨ ଭଉଣୀଙ୍କୁ ହତ୍ୟା ଉଦ୍ୟମ

by ସଞ୍ଜୟ ସ୍ୱାଇଁ
January 6, 2025
in Crime, State
ଧାରୁଆ ଅସ୍ତ୍ରରେ ଗଳା କାଟି ୨ ଭଉଣୀଙ୍କୁ ହତ୍ୟା ଉଦ୍ୟମ
99
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁରରେ ଚାଞ୍ଚଲ୍ୟ । ଧାରୁଆ ଛୁରୀରେ ଅଧ୍ୟାପିକା ଓ ତାଙ୍କ ଭଉଣୀଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଜୟପୁର ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କୋଷାଗୁମୁଡ଼ା ବ୍ଲକ ମାଙ୍କିଡି ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନେଇଙ୍ଗାର ଅଧ୍ୟାପିକା ଶ୍ରଦ୍ଧା ସିମରନ ଗଣ୍ଡା ଓ ତାଙ୍କ ଭଉଣୀ ସସ୍ମିତା ରାଣୀ ଗଣ୍ଡା ସୋମବାରସକାଳୁ ଘରୁ ବାହାରି ସ୍କୁଟିରେ କୋଷାଗୁମୁଡ଼ା କୁ ଯାଉଥିଲେ। ଏହି ସମୟରେ ମାଙ୍କିଡି ଗ୍ରାମ ନିକଟରେ ରାସ୍ତାରେ ଅଟକାଇ ଦୁଇରୁ ତିନି ଜଣ ଦୁର୍ବୃତ୍ତ ଦୁଇଭଉଣୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ଫଳରେ ଗୋଟିଏ ଭଉଣୀର ଗଳା କଟିଯାଇଥିବାବେଳେ ଆଉଜଣକୁ ମୁଣ୍ଡର ଦୁଇତିନି ସ୍ଥାନରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କୋଷାଗୁମୁଡ଼ା ମେଡ଼ିକାଲ ଓ ପରେ ଜୟପୁର ଘରୋଇ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ପରିବାର ଲୋକେ l ଶ୍ରଦ୍ଧା ସୀମରନଙ୍କ ଗଳା କଟି ଯାଇଥିବାରୁ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ରଖା ଯାଇ ଚିକିତ୍ସା କରାଯାଉଥିବା ବେଳେ ସସ୍ମିତାଙ୍କ ମୁଣ୍ଡରେ ଆଘାତ ଲାଗି ଯାଇଥିବାରୁ ତାଙ୍କ ଚିକିତ୍ସା ଚାଲିଛି । ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି ତାଙ୍କ ମା’ ସନ୍ଦେହ କରୁଛି। ଭାଇ ସାହିଲ ସିଲ ଗଣ୍ଡ କୋଷାଗୁମୁଡା ଥାନାରେ ଏତଲା ଦାୟର କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!