ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେଡିର ମିଶ୍ରଣ ପର୍ବ । କୋରାପୁଟ ଜିଲ୍ଲା ବିଜେପି ପ୍ରାର୍ଥୀ ତଥା ୨୦୧୯ରେ କୋରାପୁଟରୁ ନିର୍ବାଚନ ଲଢ଼ିଥିବା ତ୍ରିପୁରାରି ଗରଡା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସେ ପୂର୍ବରୁ ବିଜେଡି ଦଳରେ ଥିଲେ ସେଥିପାଇଁ ତାଙ୍କର ଘର ବାହୁଡା ହୋଇଛି । ତ୍ରିପୁରାରିଙ୍କ ସହ ଅମରେନ୍ଦ୍ର ସେଠୀ, ଅଖିଳ ପ୍ରସାଦ ମଲ୍ଲିକଙ୍କ ସହ ୫୦ରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ, କୋରାପୁଟ ପ୍ରଭାରୀ ଦିବ୍ୟଶଙ୍କର ମିଶ୍ର, ଝିନ୍ନ ହିକକ, ବିଧାୟକ ରଘୁରାମ ପଡେଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଛି । ଗତ ୧୮ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ତ୍ରିପୁରାରି ଗରଡା । ଗତ ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ନିର୍ବାଚନରେ ମାତ୍ରାଧିକ ଭୋଟ୍ ବିଜେପି ଦଳକୁ ମିଳିଥିଲା । କିନ୍ତୁ କୋରାପୁଟ ବିଜେପି ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି । ବାରମ୍ବାର ସଭାପତିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଥିବା କହିଛନ୍ତି । କୋରାପୁଟ ପ୍ରେସ୍ କ୍ଲକ୍ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳରୁ ଇସ୍ତଫା ଦେଇଥିବା ସେ ସୂଚନା ଦେଇଛନ୍ତି । ଇସ୍ତଫା ପତ୍ର ଜିଲ୍ଲା ଓ ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ସେ କହିଛନ୍ତି । ଆଗାମୀ ଦିନରେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରି ନାହାନ୍ତି । ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନରେ ସେ ୩୩୯୯୪ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ।





