କୋଣାର୍କ, (ବାଘୁଆବାର୍ତ୍ତା): କୋଣାର୍କ ସୂର୍ୟ୍ୟମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଛି । ଏଏସ୍ଆଇ ସଂରକ୍ଷଣ ଅଧିକାରୀ ନୀରଜ ସିଂ ଏହି ସୂଚନା ଦେଇଛନ୍ତି । ପର୍ୟ୍ୟଟକଙ୍କ ପାଇଁ ଏଣିକି ସନ୍ଧ୍ୟା ୬ଟାରେ ବନ୍ଦ ହେବ ସୂର୍ୟ୍ୟମନ୍ଦିର । ନଭେମ୍ବର ୧ରୁ ଫେବୃଆରୀ ୨୮ତାରିଖ ପର୍ୟ୍ୟନ୍ତ ସକାଳ ୬ରୁ ମନ୍ଦିର ଖୋଲା ରହି ସନ୍ଧ୍ୟା ୬ଟାରେ ବନ୍ଦ ହେବ । ପୂର୍ବରୁ ରାତି ୭ଟା୩୦ରେ ସୂର୍ୟ୍ୟମନ୍ଦିର ବନ୍ଦ ହେଉଥିଲା ।






