ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଉ ଦୁଇ ଦିନପରେ ଖୋଲିବ କୋଣାର୍କ ମନ୍ଦିର ସମେତ ବିଭିନ୍ନ ଐତିହ୍ୟସ୍ଥଳୀ । ୧୬ତାରିଖରୁ ଜନସାଧାରଣଙ୍କ ପାଇଁ ଖୋଲିବ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଫ୍ ଇଣ୍ଡିଆ(ଏଏସଆଇ) ଅଧିନରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ସଂଗ୍ରହାଳୟ । ମହାମାରୀ କରୋନା ପାଇଁ ମାର୍ଚ୍ଚମାସ ୧୫ ତାରିଖରୁ ବନ୍ଦଥିଲା ସମସ୍ତ ଐତିହ୍ୟସ୍ଥଳୀ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ଥମିବାରୁ କୋଭିଡ୍-୧୯ କଟକଣା ପାଳନ କରି ଜୁନ୍ ୧୬ତାରିଖରୁ କୋଣାର୍କ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ଖୋଲିବ । ଏନେଇ ଏଏସଆଇ ଜାରିକରିଛି ଏସଓପି । ପର୍ଯ୍ୟଟକଙ୍କ ଭିଡକୁ ନିୟନ୍ତ୍ରଣ କରିବ ଏସଓପି । ଏନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶଇଛି ।





