ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ କିଛିଦିନ ତଳେ ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଏଏସ୍ ସଂଘ କଳାବ୍ୟାଚ ପରିଧାନ କରୁଥିବା ବେଳେ ଗତକାଲି ଓଡ଼ଗାଁ ତହସିଲ୍ କାର୍ଯ୍ୟାଳୟରେ ଜଣେ ଆର୍ଆଇଙ୍କୁ ଜଣେ ଓକିଲ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଆର୍ଆଇ ଥାନାରେ ଅଭିଯୋଗ କରିଥିବା ବେଳେ ଓକିଲ ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ସୂଚନାନୁସାରେ, ଗତକାଲି ମଧ୍ୟାହ୍ନରେ କୋମଣ୍ଡ ଆରଆଇ ଧନଞ୍ଜୟ ସାହୁ ତହସିଲ କାର୍ଯ୍ୟାଳୟ ଆସିଥିବା ବେଳେ ଓକିଲମାନଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଛି । ଆରଆଇଙ୍କର ବଦଳି ହୋଇଥିବାରୁ କୋମଣ୍ଡ ମୈାଜାର ଜଣେ ମହିଳାଙ୍କ ମ୍ୟୁଟେସନ କାମ ପାଇଁ ଉଭୟପକ୍ଷଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଓଡ଼ଗାଁ ପୋଲିସ ପହଁଚି ଉଭୟ ପକ୍ଷଙ୍କୁ ଡାକି ଆପୋଷ ସମାଧାନ କରିଥିଲେ । ହେଲେ ଉପରୋକ୍ତ ଘଟଣାରେ ଆଜି ଆରଆଇ ଧନଞ୍ଜୟ ତାଙ୍କୁ ମାରପିଟ କରାଯାଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓକିଲମାନଙ୍କ ତରଫରୁ ପୁର୍ଣ୍ଣ ଚନ୍ଦ୍ର ଦୋରା ଅନୁରୁପ ଭାବେ ଅଭିଯୋଗ କରିଛନ୍ତି ।





