Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଳ ହାରିଲେ ବିରାଟ କରିପାରନ୍ତି ବଡ଼ ଘୋଷଣା!

by ସଞ୍ଜୟ ସ୍ୱାଇଁ
October 11, 2021
in Sports
ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହିଲ
168
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚାଲିଛି ଆଇପିଏଲ-୧୪ ସିଜିନ୍ । ଆଉ କିଛି ସମୟ ପରେ ଆରମ୍ଭ ହୋବକୁ ଥିବା ଆଇପିଏଲ ଏଲିମିନେଟର ମ୍ୟାଚ୍ । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକତା ନାଇଟ୍ ରାଇଡର୍ସ ସହିତ ଖେଳ ଆରମ୍ଭ ହେବ । ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ହାରେ ତେବେ ଦଳର କ୍ୟାପଟେନ୍ ପୂର୍ବ ଘୋଷଣା ମୁତାବକ ବଡ଼ ଘୋଷଣା କରିପାରନ୍ତି । ଏହି ମ୍ୟାଚ୍ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଗୁରୁତ୍ଵପୂର୍ଣ୍ଣ ବୟାନ ଦେଇଛନ୍ତି। ଆକାଶ ଚୋପ୍ରା ନିଜର ଟ୍ଵିଟର ଆକାଉଣ୍ଟରେ ଲେଖିଛନ୍ତି, ତାଙ୍କୁ ଏମିତି ହୃଦବୋଧ ହେଉଛି ଯେ, ଆଉ କିଛି ସମୟ ପରେ ଆମେ ଅଧିନାୟକ ବିରାଟ କୋହଲିଙ୍କୁ ମିସ୍ କରିବା। ଯେଉଁ ଲୋକେ ବିରାଟ କୋହଲିଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ବି ବିରାଟଙ୍କ ଅଧିନାୟକତ୍ଵ ଏବଂ ରଣନୀତିର ପ୍ରଶଂସା କରିବେ। ଆକାଶ ଚୋପ୍ରାଙ୍କ ଏହି ଟ୍ଵିଟ୍କୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। କିଛି ୟୁଜର୍ସ ଲେଖିଛନ୍ତି, ଟେଷ୍ଟରେ ବିରାଟ କୋହଲିଙ୍କ ଅଧିନାୟକତ୍ଵକୁ ଲୋକେ ମିସ୍ କରିବେ, ମାତ୍ର ଦିନିକିଆ ଓ ଟି-୨୦ରେ ଏମିତି କରିବେ ନାହିଁ। ଆଉ କିଛି ୟୁଜର୍ସ ଟ୍ଵିଟ୍ କରିଛନ୍ତି ଯେ, ନିଶ୍ଚିତ ଭାବେ ଆମେ ବିରାଟ କୋହଲିଙ୍କ ଲଢୁଆ ଗୁଣକୁ ମିସ୍ କରିବୁ। ଯେଉଁଭଳି ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥାନ୍ତି ତାହା ବାସ୍ତବରେ ପ୍ରଶଂସନୀୟ। ସୂଚନାନୁସାରେ, ଆଇପିଏଲ ୨୦୨୧ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ଘୋଷଣା କରି ସାରିଥିଲେ ଯେ, ଅଧିନାୟକ ଭାବେ ଏହା ତାଙ୍କର ଶେଷ ସିଜିନ। ସେ ଆଗାମୀ ଦିନରେ ବେଙ୍ଗାଲୁରୁ ଦଳରେ ରହିବେ, ମାତ୍ର ନେତୃତ୍ଵ ନେବେ ନାହିଁ। ବିରାଟ କୋହଲି କେବଳ ଆଇପିଏଲରେ ନୁହେଁ ବରଂ ବିଶ୍ଵ କପ୍ ପରେ ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡିବେ। ଟି-୨୦ ବିଶ୍ଵ କପ୍ ବିରାଟ କୋହଲିଙ୍କ ଟି-୨୦ରେ ଅଧିନାୟକ ଭାବେ ଶେଷ ଟୁର୍ଣ୍ଣାମେଣ୍ଟ ରହିବ। ତେଣୁ ବିରାଟ ଚାହିଁବେ ଆଇପିଏଲ ହେଉ କି ବିଶ୍ଵ କପ୍ ଦୁଇ ଟୁର୍ଣ୍ଣାମେଣ୍ଟକୁ ଏକ ଉଚ୍ଚସ୍ତରରେ ସମାପ୍ତ କରିବେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!