Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କିସି୍ମିସ୍ ଖାଆନ୍ତୁ, ଅନେକ ରୋଗରୁ ମୁକ୍ତି ପାଆନ୍ତୁ

by ସଞ୍ଜୟ ସ୍ୱାଇଁ
May 30, 2021
in Health, State
କିସି୍ମିସ୍ ଖାଆନ୍ତୁ, ଅନେକ ରୋଗରୁ ମୁକ୍ତି ପାଆନ୍ତୁ
327
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ହିତକର । କିସ୍‌ମିସ୍‌ ସଂପର୍କରେ ଆହୁରି ଗୁଡ଼ାଏ କଥା ଅଛି ଯାହା ହୁଏତ ଆପଣ ଜାଣନଥିବେ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। କିସ୍‌ମିସ୍‌ ଖାଇବା ଦ୍ୱାରା ଉତ୍ତମ ହଜମ ହେବା ସହ କୋଷ୍ଠକାଠିନ୍ୟ ବି ଦୂର ହୋଇଥାଏ। ଥଣ୍ଡା, ଜ୍ୱର, କାଶ ଆଦି ରୋଗର ନିରାକରଣ ବି ଏଥିରେ ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହାର ସକାରାତ୍ମକ ପ୍ରଭାବ ଆଖି, ଦାନ୍ତ, କେଶ ଓ ହାଡ଼ ଆଦିରେ ପଡ଼ିଥାଏ। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟ୍ଟାସିୟମ୍‌, ଫସ୍‌ଫରସ୍‌ ଏବଂ ମାଗ୍‌ନେସିୟମ ଆଦି ରହିଛି। ଏହାବ୍ୟତୀତ ଏଥିରେ ଭିଟାମିନ ସି, ଏବଂ ବି-୬ ମଧ୍ୟ ରହିଛି। ରାତିରେ ୪ଟି କିମ୍ବା ୬ଟି କିସ୍‌ମିସ୍‌କୁ ପାଣିରେ ଭିଜେଇ ଦିଅନ୍ତୁ। ସକାଳୁ ଉଠି ଦାନ୍ତ ଘସିବା ପରେ ଖାଲି ପେଟରେ ସେହି ପାଣି ମିଶା କିସ୍‌ମସ୍‌କୁ ଖାଇଦିଅନ୍ତୁ। ଯେଉଁମାନଙ୍କର ସ୍ୱାସ୍ଥ୍ୟ ସହଜରେ ଲାଗେ ନାହିଁ ସେମାନେ କିସ୍‌ମିସ୍‌ ଖାଇପାରନ୍ତି। ଏହା ଶରୀରରେ ଅତିରିକ୍ତ ଚର୍ବି ନ ବନାଇ ବ୍ୟକ୍ତିକୁ ମୋଟା ହେବାରେ ସହାୟ ହୋଇଥାଏ। କିସମିସରେ କର୍କଟ ରୋଗକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହାଛଡ଼ା କିସ୍‌ମିସ୍‌ ଖାଇବା ଦ୍ବାରା ହୃଦ୍‌ରୋଗ, ମଧୁମେହ, ନିଦ୍ରାହୀନତା, ତ୍ୱଚା, କେଶ, କିଡନୀ ଜନିତ ରୋଗ ଆଦି ମଧ୍ୟ ଦୂର ହୋଇଥାଏ । ଏହାକୁ ନିୟମିତ ଖାଇଲେ ଅନେକ ସୁଫଳ ମିଳିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!