ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ସାକ୍ଷାତ କରି ଆଜି କିନ୍ନରମାନେ ତାଙ୍କ ଦାବି ଉପସ୍ଥାପନ କରିଛନ୍ତି । ମା ଦକ୍ଷିଣକାଳୀ କିନ୍ନର ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ଆଲୋଚନା କରିଛନ୍ତି । ଜିଲ୍ଲାରେ ୪୨ ଜଣ କିନ୍ନରଙ୍କ ଆଧାରକାର୍ଡ଼ ପରିବର୍ତ୍ତନ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦେଇଛନ୍ତି । ବିଜୁ ପକ୍କା ଘର ଯୋଜନା, ମଧୁବାବୁ ପେନସନ ଯୋଜନା, ଅନ୍ତୋଦୟ ଯୋଜନାରେ ସାମିଲ କରିବା ପାଇଁ ଦାବି କରାଯାଇଛି । ଏଥିସହିତ କିନ୍ନର ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ସଂଘ ସଭାପତି ପ୍ରିୟା ବେହେରାଙ୍କ ନେତୃତ୍ୱରେ ୨୪ ଜଣ କିନ୍ନର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି ।





