Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏହି ରାଜାଙ୍କର ଥିଲେ ୩୬୫ ରାଣୀ

by ସଞ୍ଜୟ ସ୍ୱାଇଁ
April 26, 2021
in State
ଏହି ରାଜାଙ୍କର ଥିଲେ ୩୬୫ ରାଣୀ
618
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜା ମହାରାଜାଙ୍କ କାହାଣୀ ଶୁଣିଥିବେ । ରାଜାଙ୍କର ଗୋଟିଏରୁ ଅଧିକ ରାଣୀ ରହୁଥିଲେ ଏହା ମଧ୍ୟ ଜାଣିଥିବେ । ହେଲେ ଏମିତି ଜଣେ ରାଜାଙ୍କ ବିଷୟରେ କେବେ ଶୁଣିଛନ୍ତି ଯାହାଙ୍କର ଥିଲେ ୩୬୫ ରାଣୀ । ଏହି ରାଜା ଥିଲେ ପଟିୟାଲା ରାଜବଂଶର ମହାରାଜା ଭୁପିନ୍ଦର ସିଂହ । ତାଙ୍କର ରଙ୍ଗୀନ ମିଜାଜର କାହାଣୀ ପୂରା ଦୁନିଆରେ ପ୍ରସିଦ୍ଧ । ମାତ୍ର ନଅ ବର୍ଷ ବୟସ ବେଳେକୁ ସେ ରାଜା ବନିଯାଇଥିଲେ ଏବଂ ୧୮ ବର୍ଷ ବୟସରଙ୍କ କାର୍ଯ୍ୟଭାର ସମ୍ଭାଳିଥିଲେ । ତାଙ୍କ ବିଷୟରେ ଅନେକ ରୋଚକ କଥା ଶୁଣିବାକୁ ମିଳେ । କୁହାଯାଏ ରାଜା ପଟିୟାଲାରେ ଲିଲା ଭବନ ବନାଇଥିଲେ । ଯେଉଁଠି କେବଳ ବିନା କପଡାରେ ଲୋକଙ୍କୁ ପ୍ରବେଶ କରିବାର ଅନୁମତି ମିଳୁଥିଲା । ମହଲର ଏକ ସ୍ୱତନ୍ତ୍ର କକ୍ଷ ଥିଲା । ଯାହାକୁ ପ୍ରେମ ମନ୍ଦିର କୁହାଯାଏ । ସେହି ମହଲକୁ ମହାରାଜାଭ୍କ ବ୍ୟତୀତ ଅନ୍ୟ କେହି ଯାଉନଥିଲେ ବିନା ତାଙ୍କ ଅନୁମତିରେ । ଏହି କକ୍ଷରେ ରାଜାଙ୍କ ଉପଭୋଗ ପାଇଁ ପୂରା ବନ୍ଦୋବସ୍ତ କରାଯାଉଥିଲା । ମହଲ ଭିତରେ ଏକ ବଡ ପୁଷ୍କରଣୀ ଥିଲା । ଏହା ବ୍ୟତୀତ ୧୫୦ଜଣ ଲୋକଙ୍କ ପାଇଁ ଗାଧୋଇବା ବ୍ୟବସ୍ଥା ମଧ୍ୟ ଥିଲା । ରାଜା ଏହି ମହଲରେ ଅନେକ ସମୟରେ ତାଙ୍କର ପ୍ରେମିକାଙ୍କ ସହିତ ଆସୁଥିଲେ ମଉଜମସ୍ତି ପାଇଁ । ଇତିହାସବିଦ୍ଙ୍କ ଅନୁସାରେ ମହାରାଜା ଭୁପିନ୍ଦର ସିଂହଙ୍କ ୧୦ଜଣ ରାଣୀଙ୍କ ସମେତ ୩୬୫ ରାଣୀ ଥିଲେ । ଯେଉଁମାନଙ୍କ ପାଇଁ ପଟିୟାଲାରେ ଭବ୍ୟ ମହଲ ତିଆରି କରାଯାଇଥିଲା । ମହାରାଜାଙ୍କର ୧୦ ପତ୍ନୀଙ୍କଠାରୁ ୮୩ ପିଲା ଥିଲେ କିନ୍ତୁ ସେଥିରୁ ୫୩ ଜଣ ଜୀବିତ ରହିଥିଲେ । କୁହାଯାଏ ମହାରାଜାଙ୍କ ମହଲରେ ପ୍ରତିଦିନ ୩୬୫ ଲଣ୍ଠନ ଜଳାଯାଉଥିଲା ଏବଂ ପ୍ରତି ଲଣ୍ଠନରେ ୩୬୫ ରାଣୀଙ୍କ ନାମ ଲେଖାଯାଉଥିଲା । ଯେଉଁ ଲଣ୍ଠନ ସକାଳେ ପ୍ରଥମେ ଲିଭୁଥିଲା ରାଜା ସେହି ଲଣ୍ଠନରେ ଲେଖାଥିବା ରାଣୀଙ୍କ ନାମ ପଢୁଥିଲେ ଏବଂ ତାଙ୍କରି ସହିତ ସମୟ କାଟୁଥିଲେ । ରଙ୍ଗୀନ ମିଜାଜ ବ୍ୟତୀତ ରାଜା ଭୁପିନ୍ଦର ସିଂ ଅନ୍ୟ କେତୋଟି ଜିନିଷ ପାଇଁ ପରିଚିତ ଥିଲେ । ତାଙ୍କ ପାଖରେ ବିଶ୍ୱ ପ୍ରସିଦ୍ଧ ପଟିୟାଲା ହାର ଥିଲା । କୁହାଯାଏ ଏଥିରେ ୨୯୦୦ ରୁ ଅଧିକ ହୀରା ଏବଂ ରତ୍ନ ପଥର ରହିଛି । ୧୯୪୮ ବେଳକୁ ପଟିୟାଲାର ରାଜା ଦରବାରରୁ ଏହି ବହୁମୂଲ୍ୟ ହାର ଚୋରି ହୋଇଯାଇଥିଲା ଏବଂ ବହୁ ବର୍ଷ ପରେ ଏହାର ଅଲଗା ଅଲଗା ଭାଗ ଅନେକ ସ୍ଥାନରେ ମିଳିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!