ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଗକୁ ଦେଶରେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇପାରେ । ଏନେଇ ଉତ୍ତରକୋରିଆର ନେତା କିମ୍ ଜୋଙ୍ଗ ଦେଶବାସୀଙ୍କୁ ଚେତାବନୀ ଦେଇଛନ୍ତି । ଉତ୍ତରକୋରିଆରେ ଭୁଶିଡି ଯାଇଥିବା ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ କିମ୍ ଜୋଙ୍ଗ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସୂଚନାନୁସାରେ, ଉତ୍ତରକୋରିଆରେ ମହାସଙ୍କଟ ଦେଇ ଗତି କରୁଛି । ମହାମାରୀ କରୋନା ଯୋଗୁଁ ବର୍ତ୍ତମାନ ଦେଶରେ ଆର୍ଥିକ ପରିସ୍ଥିତି ଦେଖାଦେଇଛି । ଚୀନର ସହିତ ବାଣିଜ୍ୟ କାରବାର ବନ୍ଦ କରିଦେଇଥିବା ବେଳେ ଉତ୍ତରକୋରିଆ ଅର୍ଥନୀତି ବିଗିଡି ଯାଇଥିବା ଜଣାପଡିଛି । ଏହି ତଥ୍ୟକୁ ନେଇ ଉତ୍ତରକୋରିଆରେ ଚଳିତ ବର୍ଷ ପ୍ରାୟ ଏକ ମିଲିୟନ ଟନର ଖାଦ୍ୟ ଅଭାବର ସମ୍ମୁଖୀନ ହୋଇପାରେ ବୋଲି କିମ୍ ଜୋଙ୍ଗ କହିଛନ୍ତି ।





