Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକ ସହ ବାହା ହେବାକୁ ରାଜି ହେଲେନି ପରିବାର, ପରିବାରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା

by ସଞ୍ଜୟ ସ୍ୱାଇଁ
October 8, 2024
in NATIONAL NEWS, WORLD
ପ୍ରେମିକ ସହ ବାହା ହେବାକୁ ରାଜି ହେଲେନି ପରିବାର, ପରିବାରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା
54
VIEWS
Share on FacebookShare on Twitter

ପାକିସ୍ତାନ, (ବାଘୁଆବାର୍ତ୍ତା): ବେଳେ ବେଳେ ପ୍ରେମରେ ବିଫଳତାର ପରିଣାମ ଭୟଙ୍କରଠୁ ଆହୁରି ଭୟଙ୍କର ହୋଇଯାଏ। ଚରମରୁ ଚରମ ନିଷ୍ପତ୍ତି ନେବାକୁ ପଛାନ୍ତିନି ପ୍ରେମିକ-ପ୍ରେମିକା। ଏହି କ୍ରମରେ ଜଣେ ଯୁବତୀ ଘଟାଇଛନ୍ତି ନାରକୀୟ କାଣ୍ଡ। ପରିବାର ଲୋକ ପ୍ରେମିକ ସହ ବାହା ଦେବାକୁ ରାଜି ନହେବାରୁ ୧୩ ଜଣଙ୍କୁ ଜୀବନରୁ ମାରି ଦେଇଛି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପାକିସ୍ତାନରେ। ସୂଚନା ଅନୁସାରେ, ପାକିସ୍ତାନର ଖେରିପୁର ସ୍ଥିତ ହୈବତ ଖାନ ଭୋଇ ଗ୍ରାମର ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ମାତ୍ର ପରିବାର ଲୋକେ ତାଙ୍କ ସହ ବାହା ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ। ଫଳରେ ସେ ତାଙ୍କ ପ୍ରେମିକ ସହ ମିଶି ବାପାମାଆଙ୍କ ସହ ଅନ୍ୟ ସଦସ୍ୟଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଶେଷରେ ଅଗଷ୍ଟ 19ରେ ଘରେ ଥିବା ଅଟାରେ ମାରାତ୍ମକ ବିଷ ମିଶାଇଥିଲେ। ପରିବାରର ୧୩ ଜଣ ସଦସ୍ୟ ଏହି ଅଟାରୁ ତିଆରି ରୁଟି ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ପୋଷ୍ଟମୋର୍ଟମ୍ ରିପୋର୍ଟରୁ ବିଷକ୍ରିୟା ହୋଇଥିବା ଜଣାପଡିଥିଲା। ମାତ୍ର ସେମାନେ ଆତ୍ମହତ୍ୟା କରିଥିଲେ ନା ଅନ୍ୟ କେହି ଖାଦ୍ୟରେ ବିଷ ମିଶାଇଥିଲେ ସେନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ତଦନ୍ତ ସମୟରେ ଯୁବତୀ ଜଣକ ସତ ମାନିଛନ୍ତି। ପ୍ରେମିକ ସହ ମିଶି ଅଟାରେ ବିଷ ମିଶାଇଥିବା କହିଛନ୍ତି। ପୁଲିସ ଯୁବତୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!