ବୋରିଗୁମ୍ମା, (ବାଘୁଆବାର୍ତ୍ତା): ଜଣେ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଅଭଯୋଗରେ ଗିରଫ ହେଲେ ଶିକ୍ଷକ। ଏହି ଶିକ୍ଷକଙ୍କ ପରିଚୟ ସୁବ୍ରତ ତୁଷାର ରଞ୍ଜନ ମଲ୍ଲିକ। ସେ କୋରାପୁଟର ବୋରିଗୁମ୍ମା ବ୍ଲକ ଚମ୍ପାପଦର୍ ହାଇସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ୟ୍ୟରତ ଥିଲେ। ଖବର ଅନୁସାରେ ଗତ ମାର୍ଚ୍ଚ ୨୦ ଦଶମ ଶ୍ରେଣୀ ପରୀକ୍ଷା ସରିବା ପରେ ତାଙ୍କ ସ୍କୁଲର ଜଣେ ଛାତ୍ରୀଙ୍କୁ ଧରି ସେ ଫେରାର ହୋଇ ଯାଇଥିଲେ। ଏହି ଅଭିଯୋଗରେ ସ୍ଥାନୀୟ ବି. ସିଂହପୁର ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ଏନଇ ଅଭିଯୋଗ ପରେ ବି. ସିଂହପୁର ଥାନା ଭାରପ୍ରାପ୍ତ ଥାନାଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଯାଜପୁରରୁ ଏହି ଶିକ୍ଷକଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି।





