କେନ୍ଦୁଝର, (ବାଘୁଆବାର୍ତ୍ତା): ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ବେଳେ ବଙ୍ଗାଳୀ ମିସ୍ତ୍ରୀକୁ ମାଡି ବସିଲେ ବଜରଙ୍ଗୀ ଦଳ। କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅପହରଣକାରୀକୁ ପୋଲିସ ଜିମା ଦିଆଯାଇଛି। ବିହାର କଡ଼ମା ଥାନା ବଲିୟାସର ମହମ୍ମଦ ଦିଲଦାର ଜଣେ ନାବାଳିକାଙ୍କୁ ଅପହରଣ କରି ନେଉଥିବା ବେଳେ ବଡ଼ବିଲ ବସଷ୍ଟାଣ୍ଡରେ ଧରା ପଡିଛନ୍ତି। ବଜରଙ୍ଗ ଦଳ ମହମ୍ମଦ ଦିଲଦାରକୁ ପୋଲିସ ଜିମା ଦେଇଛନ୍ତି। ଛାତ୍ରୀର ବୟସ ୧୩ ବର୍ଷ ହୋଇଥିବା ବେଳେ ଟାଉନ ଥାନାରେ ଏନେଇ ଅପହରଣ ଅଭିଯୋଗ ହୋଇଛି।





