Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଙ୍ଗିଲା ବାବାଙ୍କ ବିରୋଧରେ ପାଟି ଖୋଲିଲେନି ଅପହୃତା ଯୁବତୀ

by ସଞ୍ଜୟ ସ୍ୱାଇଁ
October 15, 2024
in Crime, State
ରଙ୍ଗିଲା ବାବାଙ୍କ ବିରୋଧରେ ପାଟି ଖୋଲିଲେନି ଅପହୃତା ଯୁବତୀ
197
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ରଙ୍ଗିଲା ବାବା ଓରଫ କୈବଲ୍ୟ ଯାନୀ ଅପହରଣ କରିବା ଘଟଣା। ଉଦ୍ଧାର ହେଲେ ଅପହୃତା ଯୁବତୀ। ତେବେ ଯୁବତୀ ଜଣଙ୍କ ବାବାଙ୍କ ବିରୋଧରେ ମୁହଁ ଖୋଲି ନାହାଁନ୍ତି। ଯାହାଫଳରେ ପୋଲିସ ବାବା କୈବଲ୍ୟ ଯାନୀଙ୍କୁ ଛାଡ଼ି ଦେଇଛି। ସେପଟେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ନିଆଯାଇଥିବା ବେଳେ ସେ ମନା କରିଥିବା ଜଣାପଡ଼ିଛି। ପୁଲିସ ଓ ମାଜିଷ୍ଟେଟଙ୍କ ଆଗରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି। ଯୁବତୀଙ୍କୁ ଏବେ ସେଲଟର ହୋମ୍‌କୁ ପଠାଯାଇଛି। ଯୁବତୀଙ୍କ ପରିବାର ଲୋକ ଏବେ ଚିନ୍ତାରେ ପଡିଛନ୍ତି। ସୂଚନାନୁଯାୟୀ, ଗତ ୭ ତାରିଖରେ ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାବା କୈବଲ୍ୟ ଯାନୀ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ। ଏହାପରେ ଢେଙ୍କାନାଳ ଥାନା ପୋଲିସ ଏକ ମାମଲା ରୁଜୁ କରି ତିଗିରିଆ ସୋମପଡା ସ୍ଥିତ ଆଶ୍ରମରେ ଚଢାଉ କରି ବାବାଙ୍କୁ ଗିରଫ କରିଥିଲା। ଏହାପରେ ବାବାଙ୍କ ଡିଜେ ଗୀତରେ ମଡର୍ଣ୍ଣ ଡ୍ୟାନ୍ସ ଏବଂ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସାମ୍ନାକୁ ଆସିଥିଲା। ଏପରିକି ବାବାଙ୍କ ଗାଡିରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା। ରଙ୍ଗିଲା ବାବାଙ୍କ ପାଖଣ୍ଡି କାର୍ଯ୍ୟକଳାପର ଗୋଟିଏ ପରେ ଗୋଟିଏ କଳାଫର୍ଦ୍ଦ ଖୋଲିଥିଲା। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ତଦନ୍ତ ବେଳେ ବାବାଙ୍କୁ ୨ଟି ଆଧାର କାର୍ଡ ଥିବା ପୋଲିସ ଜାଣିବାକୁ ପାଇଥିଲା। ବାବାଙ୍କ ଅସଲ ପରିଚୟ ଖୋର୍ଦ୍ଧା କେରଙ୍ଗର ଗୁରୁଦତ୍ତ ପଟ୍ଟନାୟକ ବୋଲି ଜଣାପଡ଼ିଥିଲା। ତେବେ ଏଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ଵେ ପୋଲିସ ବାବାଙ୍କୁ ୩ ଦିନ ହେପାଜତରେ ରଖିବା ପରେ କୋର୍ଟ ଚାଲାଣ ନକରି ଛାଡି ଦେଇଛି। ପୋଲିସର ଭୂମିକା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!