Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିମାପଡ଼ାରେ ଜଣେ ଯୁବକଙ୍କୁ ଅପହରଣ କରି ପରିବାରକୁ ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
May 13, 2022
in Crime, State
ନିମାପଡ଼ାରେ ଜଣେ ଯୁବକଙ୍କୁ ଅପହରଣ କରି ପରିବାରକୁ ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ
49
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ନିମାପଡ଼ାରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି । ବାଲିଅନ୍ତାର ଜଣେ ଯୁବକ ନିମାପଡ଼ା ଯାଇ ଆଉ ଫେରିନାହାନ୍ତି । ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇ ଏବେ ପରିବାରକୁ ଟଙ୍କା ମାଗୁଛନ୍ତି । ଯୁବକଙ୍କ ମୁଣ୍ଡ ଜାମିନ୍‌ ପାଇଁ ଦେଢ଼ ଲକ୍ଷ ଟଙ୍କା ଦାବି କରୁଛନ୍ତି ଦୁର୍ବୃତ୍ତ । ଯୁବକ ଜଣକ ହେଲେ ବାଲିଅନ୍ତାରେ ରହୁଥିବା କେନ୍ଦ୍ରାପଡା ନିକିରାଇ ଥାନା ଅଧୀନ ଜମରା ଗ୍ରାମର ମନୋଜ କୁମାର ମହାରଣା (୪୦) । ନିମାପଡ଼ା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏସ୍‌ଡିପିଓ ଦେବାଶିଷ ମିଶ୍ର ତଦନ୍ତ ଆରମ୍ଭ କରିଛନ୍ତି । ମିଳିଥିବା ଖବର ଅନୁସାରେ, ବାଲିଅନ୍ତାରେ ପରିବାର ସହ ରୁହନ୍ତି ମନୋଜ । ସେ ଜଣେ କାଠ ମିସ୍ତ୍ରି । ବୁଢୀମା’ଙ୍କ ଦେହାନ୍ତ ପରେ ଶୁଦ୍ଧିକ୍ରିୟା ପାଇଁ କେନ୍ଦ୍ରାପଡ଼ାସ୍ଥିତ ନିଜ ଗାଁ ଜମରାକୁ ଯାଇଥିଲେ ମନୋଜ । ୨ ଦିନ ତଳେ ଫେରି ବାଲିଅନ୍ତାସ୍ଥିତ ଭଡା ଘରେ ଥିଲେ । ଗୁରୁବାର ସକାଳେ ଜଣେ ବନ୍ଧୁଙ୍କ ସହ ସେ କୌଣସି ଏକ କାମରେ ନିମାପଡ଼ା ଆସିଥିଲେ । କାମ ଥିବା କହି ରହିଥିଲେ ମନୋଜ । ବନ୍ଧୁ ଜଣକ ଏକାକୀ ଫେରିଥିଲେ । ଅପରାହ୍ନ ୨ଟାରେ ହଠାତ୍‌ ମନେଜଙ୍କ ବାପା ପୀତବାସ ମହାରଣାଙ୍କ ମୋବାଇଲ୍‌କୁ ଏକ କଲ୍‌ ଆସିଥିଲା । ମନୋଜଙ୍କ ନମ୍ବରରୁ ଏହି କଲ୍‌ ଆସିଥିବାବେଳେ ସେ ଭୟଭୀତ ଅବସ୍ଥାରେ ଦେଢ ଲକ୍ଷ ଟଙ୍କା ମାଗିଥିଲେ । ସେ କିଛି ଦୁର୍ବୃତ୍ତଙ୍କ କବଳରେ ଥିବାବେଳେ ଦେଢ଼ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିଦେବେ ବୋଲି କହୁଥିଲେ । ପରେ ଦୁର୍ବୃତ୍ତ ମଧ୍ୟ ତାଙ୍କ ପରିବାରକୁ କଲ୍‌ କରି ଏକ ଆକାଉଣ୍ଟ ନମ୍ବର ଦେଇଥିଲେ । ଟଙ୍କା ପଠାଇବାକୁ ଲଗାତର ଭାବେ ଧମକ ଦେଇଥିଲେ । ପୁଅ ଆମ କଷ୍ଟୋଡିରେ । ଦେଢ଼ ଲକ୍ଷ ଟଙ୍କା ତୁରନ୍ତ ପଠାଅ.. । ନହେଲେ ପୁଅର ମୁଣ୍ଡ ଗଡ଼ିବଟ୍ଟ । ଏଭଳି ଧମକ ଦେଇ ଟଙ୍କା ଦାବି କରୁଥିବାବେଳେ ପରିବାର ପକ୍ଷରୁ ପ୍ରଥମେ କେନ୍ଦ୍ରାପଡ଼ାସ୍ଥିତ ନିକିରାଇ ଥାନାରେ ଏତଲା ହୋଇଥିଲା । କିନ୍ତୁ ବାଲିଅନ୍ତାରୁ ନିମାପଡ଼ା ଯାଇଥିବା କାରଣରୁ ଉକ୍ତ ଥାନା ପୁଲିସ ଏତଲା ଗ୍ରହଣ କରିନଥିଲା । ପରେ ନିମାପଡ଼ା ଥାନାରେ ଏତଲା ଦେଇଥିଲେ ମନୋଜଙ୍କ ଭାଇ ହରେକୃଷ୍ଣ ମହାରଣା । ମୋବାଇଲ୍‌ ଟ୍ରାକ୍‌ କରିବାବେଳେ ମନୋଜ ନିମାପଡ଼ା ଅଞ୍ଚଳରେ ଥିବା ଜଣାପଡିବାରୁ ତତ୍‌କ୍ଷଣାତ୍‌ ମାମଲା ରୁଜୁ କରିଥିଲା ନିମାପଡା ପୁଲିସ । ନିମାପଡା ଏସ୍‌ଡିପିଓ ଶ୍ରୀ ମିଶ୍ର ରାତି ୧୧ଟାରେ ଏତଲାକାରୀଙ୍କୁ ପଚରାଉଚରା କରିବା ସହ ମନୋଜଙ୍କୁ ଉଦ୍ଧାର ପାଇଁ ତଦନ୍ତ ଆରମ୍ଭ କରିଥିବା କହିଛନ୍ତ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!