Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିବ୍ୟାଙ୍ଗ ଭାଇକୁ ନିଶାଗ୍ରସ୍ତ କରି ଭଉଣୀକୁ ଅପହରଣ

by ସଞ୍ଜୟ ସ୍ୱାଇଁ
July 12, 2023
in Crime, State
ଦିବ୍ୟାଙ୍ଗ ଭାଇକୁ ନିଶାଗ୍ରସ୍ତ କରି ଭଉଣୀକୁ ଅପହରଣ
94
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଥଣ୍ଡା ପାନୀୟରେ ନିଶା ମିଶାଇ ଭାଇକୁ ପିଆଇ ଦେଲା । ଆଉ ତାପରେ ଭଉଣୀକୁ ଜବରଦସ୍ତ ଅପହରଣ କରି ନେଇଛି ଜଣେ ଯୁବକ । ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଏଭଳି ଅଭିଯୋଗ ହୋଇଛି । ଅଭିଯୋଗକୁ ପାଖାପାଖି ମାସେ ପୂରିବାକୁ ବସିଲାଣି ହେଲେ ପୋଲିସ ଏପର‌୍ୟ୍ୟନ୍ତ ନାବାଳିକା ଭଉଣୀକୁ ଉଦ୍ଧାର କରି ପାରିନାହିଁ । ନାବାଳିକାର ମାଆ ନମିତା ମହାଳିକ ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି । ଗତ ମାସ ୧୩ ତାରିଖ ରାତିରେ ଛେଡାକ ଗାଁର ଦୁଖୁନା ରାଉତ ନାମକ ଜଣେ ବିବାହିତ ଯୁବକ ଆସି ନାବଳିକାର ଭିନ୍ନକ୍ଷମ ଭାଇକୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲା । ସେ ନିଶାଗ୍ରସ୍ତ ହୋଇଯିବା ପରେ ତାର ନାବାଳିକାକୁ ଭଉଣୀକୁ ଅପହରଣ କରି ନେଇଥିଲା ଦୁଖୁନା । ଏହି ସମୟରେ ଘରେ ନାବାଳିକାର ମାଆ ଅନୁପସ୍ଥିତ ଥିଲା । ମାଆ ଘରକୁ ଫେରିବା ପରେ ପୁଅ ଠାରୁ ସବୁ କଥା ଶୁଣି ବାଂଶଡା ଥାନାରେ ଅଭିଯୋଗ କରିଥିଲେ । ତେବେ ଏ ଘଟଣାରେ ଏକ ଅପହରଣ ମାମଲା ରୁଜୁ ହୋଇଛି । ଦୋଷୀକୁ ଧରିବାକୁ ଉଦ୍ୟମ ଜାରି ରହିଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଚାନ୍ଦବାଲି ଏସଡିପିଓ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!