Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁଟିଂ ସେଟ୍ରୁ ଆଲବମ୍ ଅଭିନେତ୍ରୀଙ୍କୁ ଅପହରଣ

by ସଞ୍ଜୟ ସ୍ୱାଇଁ
April 29, 2025
in State
ସୁଟିଂ ସେଟ୍ରୁ ଆଲବମ୍ ଅଭିନେତ୍ରୀଙ୍କୁ ଅପହରଣ
240
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ରାଜଧାନୀରେ ଆଲବମ୍ ଅଭିନେତ୍ରୀଙ୍କୁ ଅପହରଣ। ବାକି ଦରମା ଟଙ୍କା ନ ମିଳିବାରୁ ସୁଟିଂ ସେଟ୍ରୁ ଖୋର୍ଦ୍ଧା ନେଇଯାଇଥିଲେ ପ୍ରଡକ୍ସନ ଡ୍ରାଇଭର। ସୋମବାର ମଧ୍ୟାହ୍ନରେ ପଥରଗାଡ଼ିଆ ଚନ୍ଦକା ରାସ୍ତାରୁ ଏହି ଅପହରଣ ହୋଇଛି। ତେବେ ପ୍ରଡକ୍ସନ ନିର୍ଦ୍ଦେଶକ ଫୋନ୍ କରିବା ପରେ ପିତାପଲ୍ଲୀ ଛକରେ ଅଭିନେତ୍ରୀଙ୍କୁ ଛାଡ଼ି ଫେରାର ହୋଇ ଯାଇଥିଲେ ଡ୍ରାଇଭର । ଅଭିଯୋଗ ଅନୁଯାୟୀ, ପଥରଗାଡ଼ିଆ ଚନ୍ଦକା ରାସ୍ତାରେ ଏକ ଚ୍ୟାନେଲ ପାଇଁ ମ୍ୟୁଜିକ୍ ଆଲବମ୍ ସୁଟିଂ ଚାଲିଥିଲା । ଏହି ସମୟରେ ପ୍ରଡକ୍ସନ କାର୍ରେ ଅଭିନେତ୍ରୀଙ୍କୁ ବସାଇ ଡ୍ରାଇଭର ଜଣଙ୍କ ଖୋର୍ଦ୍ଧା ଅଭିମୁଖେ ନେଇ ଯାଇଥିଲେ । ଅଭିନେତ୍ରୀଙ୍କ ହାତରେ ମୋବାଇଲ ନ ଥିବାରୁ ସେ ଏବିଷୟରେ କାହାକୁ ଜଣାଇ ପାରିନଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭିନେତ୍ରୀ ନ ଫେରିବାରୁ ପ୍ରଡକ୍ସନ ନିର୍ଦ୍ଦେଶକ ଅଭିନେତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ମୋବାଇଲ ଫୋନ ସୁଇଚ୍ ଅଫ୍ ଥିଲା । ପରେ ସେ ଡ୍ରାଇଭରଙ୍କୁ ଫୋନ୍ କରିଥିଲେ । ୩ ମାସର ବାକି ଦରମା ଟଙ୍କା ସଂସ୍ଥା ଦେଇନଥିବାରୁ ସେ ଗାଡ଼ି ସହ ଅଭିନେତ୍ରୀଙ୍କୁ ନେଇ ଯାଇଥିବା କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପ୍ରଡକ୍ସନ ନିର୍ଦ୍ଦେଶକ ପୁଲିସର ଧମକ ଦେବାରୁ ସେ ପିତାପଲ୍ଲୀ ଏନ୍ଏଚ୍ କଡ଼ରେ ଅଭିନେତ୍ରୀଙ୍କୁ ଛାଡ଼ି ଦେଇଥିଲେ । ହେଲେ ଟଙ୍କା ନଦେଲେ କାର ଦେବେନି ବୋଲି ଡ୍ରାଇଭର ଜଣଙ୍କ କହିଥିଲେ । ଅଭିନେତ୍ରୀ ଜଣଙ୍କ ଅନ୍ୟ ଏକ ଗାଡି ଭଡ଼ା କରି ସୁଟିଂ ସ୍ପଟକୁ ଫେରିଥିଲେ। ସୁଟିଂ ପରେ ଉକ୍ତ ଚ୍ୟାନେଲର ଅଧିକାରୀ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । କାର୍ ତୁରନ୍ତ ଫେରାଇବାକୁ ସେମାନେ ଡ୍ରାଇଭରଙ୍କୁ ଚେତାବନୀ ଦେଇଥିଲେ । ନହେଲେ ଡ୍ରାଇଭରଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ସଂସ୍ଥାର ଜଣେ ନିର୍ଦ୍ଦେଶକ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!