ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ ଥାନା ଛତାବର ଛକ ନିକଟରୁ ଯୁବତୀଙ୍କୁ ଅପହରଣ କରିନେଉଥିଲେ ଯୁବକ । ସୂଚନା ପାଇ ମାଡ଼ି ବସିଲା ପୋଲିସ। ଯୁବତୀଙ୍କୁ କାରରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏକ ତରଫା ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ଯୁବକ ଜଣଙ୍କ ହେଲେ ଆଠଗଡ଼ ବେଣ୍ଟପଦା ଗାଁର ମିହିର କୁମାର ମହାନ୍ତି। ସେ ଆଠଗଡ଼ ଏନ୍ ଏ ସି କନ୍ତୋଲର ସ୍ୱାଗତିକା ପଟ୍ଟନାୟକଙ୍କୁ ଅପହରଣର କରି ନେଉଥିବା ସ୍ଥାନୀୟ ଲୋକଙ୍କଠୁ ଖବର ପାଇ କାରକୁ ପିଛାକରି ବାରଙ୍ଗ ନିକଟରେ ଧରିଲା ଆଠଗଡ ପୋଲିସ । ତଦନ୍ତ ପରେ ଅପହରଣର ପକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଆଠଗଡ ଥାନା ଅଧିକାରୀ। ଏକ ତରଫା ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।





