Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବଲାଙ୍ଗୀର-ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିପାରନ୍ତି

by ସଞ୍ଜୟ ସ୍ୱାଇଁ
August 19, 2021
in Planning and Development, Politics, State
ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବଲାଙ୍ଗୀର-ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିପାରନ୍ତି
151
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅନିଶ୍ଚିତତା ଭିତରେ ଝୁଲୁଛି ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ । ୨୮ ବର୍ଷରେ ମାତ୍ର ୧୬ କିଲୋମିଟର ରେଳ ଗଡୁଛି । ରେଳ ମନ୍ତ୍ରାଳୟର ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୨୨ରେ କେନ୍ଦ୍ର ମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ କାର୍ୟ୍ୟକ୍ରମ ରହିଛି । ତେବେ ଧିମେଇ ଯାଇଥିବା ପ୍ରକଳ୍ପ କାମକୁ ତ୍ବରାନ୍ବିତ କରିବାକୁ କଣ ପଦକ୍ଷେପ ନେବେ ରେଳମନ୍ତ୍ରୀ ତା ଉପରେ ରହିଛି ସମସ୍ତଙ୍କ ନଜର । ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଫୋକସରେ ଦକ୍ଷିଣ ଓ ପଶ୍ଚିମ ଓଡିଶା । ରାୟଗଡା, କୋରାପୁଟ, ନବରଙ୍ଗପୁର ଗସ୍ତ ପରେ ୨୨ରେ ବଲାଙ୍ଗୀର ଗସ୍ତ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଭିନ୍ନ ସ୍ଥାନରେ ରୋଡ ସୋ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ସହ ବଲାଙ୍ଗୀର-ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିପାରନ୍ତି । ୨୮ ବର୍ଷ ହେବ ପ୍ରକଳ୍ପ କାମ ଶେଷ ହୋଇପାରିନଥିବାରୁ ନୂଆ ମନ୍ତ୍ରୀଙ୍କ ଠାରୁ ଅନେକ କିଛି ଆଶା ରଖାଯାଇଛି । ଧିମେଇ ଯାଇଥିବା କାମକୁ ତ୍ବରାନ୍ବିତ କରିବାକୁ କଣ ପଦକ୍ଷେପ ନେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତା ଉପରେ ସମସ୍ତଙ୍କ ନଜର । କେତେବେଳେ ଅନୁଦାନ କମ ତ ଆଉ କେତେବେଳେ ଜମି ଅଧିଗ୍ରହଣ ସମସ୍ୟାକୁ ନେଇ ଆଗେଇ ପାରୁନି ବଲାଙ୍ଗୀର ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ । ୨୮ ବର୍ଷରେ ବଲାଙ୍ଗୀରଠାରୁ ବିଛୁପାଲି ମାତ୍ର ୧୬ କିଲୋମିଟର ରେଳ ଗଡିଛି । ସେହିପରି ଖୋର୍ଦ୍ଧା ରୋଡରୁ ନୟାଗଡକୁ ମାତ୍ର ୬୫ କିଲୋମିଟର ରେଳ ଚଳାଚଳ କରୁଛି । ଆଗକୁ ସୋନପୁର ଓ ବୌଦ୍ଧ ଜିଲ୍ଲା ଯାଏ କାମ ତ୍ବରାନ୍ବିତ ପାଇଁ ଦାବି ହୋଇଥିଲେ ବି ଏଯାଏ ଆରମ୍ଭ ହୋଇପାରନି । ତେଣୁ ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବ ରେଳ ବିଭାଗ ଦାୟିତ୍ବ ନେଇଥିବାରୁ ତାଙ୍କ ସମୟରେ ଅନେକ କିଛି ଆଶା ରଖିଛନ୍ତି ସହରବାସୀ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!