Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୁଣ୍ଟୁବନ୍ଧ ଜେଲ ଗଲେ ଟ୍ୟୁସନ ଶିକ୍ଷକ

by ସଞ୍ଜୟ ସ୍ୱାଇଁ
June 4, 2023
in Crime, Nayagarh, State
ଟ୍ୟୁସନ୍ ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଗିରଫ
707
VIEWS
Share on FacebookShare on Twitter

ଅଭିଯୁକ୍ତ ବିଜେପିର ସକ୍ରିୟ କର୍ମୀ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ପିରାମିଡ୍ ଟ୍ୟୁଟୋରିଆଲ ମାଲିକ ତଥା ଟ୍ୟୁସନ ଶିକ୍ଷକ ଶୁଭ୍ରଜିତ୍ ପଣ୍ଡା ନାବାଳିକା ଛାତ୍ରୀକୁ ଅସଦାଚରଣ ଘଟଣାରେ ଗିରଫ ହୋଇଛନ୍ତି । ତାଙ୍କୁ ଆଜି ଗଣିଆ ଥାନା ପୁଲିସ ନୟାଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ଖୁଣ୍ଟୁବନ୍ଧ ଉପକାରାଗାରାକୁ ପଠାଇ ଦିଆଯାଇଛି । ସେ ଗଣିଆ ବ୍ଲକ କିଶୋରପ୍ରସାଦ ଗ୍ରାମର ପ୍ରମୋଦ କୁମାର ପଣ୍ଡାଙ୍କ ପୁଅ ବୋଲି ଜଣାପଡ଼ିଛି । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଜଣଙ୍କ ତାଙ୍କ ଟ୍ୟୁଟୋରିଆଲକୁ ପାଠ ପଢ଼ିବା ପାଇଁ ଯାଉଥିଲେ । ଶୁଭ୍ରଜିତ୍ ତାଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ସମୟରେ ଅସଦାଚରଣ କରି ଆସୁଥିଲେ । ନାବାଳିକା ଛାତ୍ରୀଙ୍କୁ ଅନେକ ସମୟରେ ନିଜ ଘରକୁ ଡାକି ନେଉଥିଲେ । ଏହା ଜାଣିବା ପରେ ପରିବାର ପକ୍ଷରୁ ଗଣିଆ ଥାନାରେ ଅଭିଯୋଗ ହୋଇଥିଲା । ନାବାଳିକା ଛାତ୍ରୀଙ୍କ ମାଆ ଶୁଭ୍ରଜିତ୍‌ଙ୍କୁ ବିରୁଦ୍ଧରେ ଏତଲା ଦେଇଥିଲେ । ନାବାଳିକାଙ୍କୁ ଅସଦରାଚରଣ କରିବା ସହ ଅଭିଯୁକ୍ତ ତାଙ୍କ ପରିବାରକୁ ଧମକ ଦେଉଥିବା ଅଭିଯୋଗ କରାଯାଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଗତକାଲି ଶୁଭ୍ରଜିତଙ୍କୁ ଗିରଫ କରିଥିଲା । ତାଙ୍କର ଇନ୍ଦିପଟା ଗ୍ରାମରେ ମହାବୀର କୋଚିଂ ସେଣ୍ଟର ନାମରେ ଏକ ଅନୁଷ୍ଠାନ ମଧ୍ୟ ରହିଥିବା ସୂଚନା ମିଳିଛି । ଅଭିଯୁକ୍ତ ବିଜେପିର ଜଣେ ସକ୍ରିୟ କର୍ମୀ ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!