ନୟାଗଡ଼,(ବାଘୁଆବାର୍ତ୍ତା): ବେଆଇନ ଭାବେ ଗଛିତ ରଖି ଚୋରା ଚାଲାଣ କରାଯାଉଥିଲା ପେଟ୍ରୋଲିୟମ ପଦାର୍ଥ । ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଜଟଣୀ ପୋଲିସ ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତା ପିତାପଲ୍ଲୀ ଏକ ଗୋଦାମ ଘରେ ଚଢ଼ାଉ କରି ଡ୍ରମ ଡ୍ରମ ଭର୍ତି ପେଟ୍ରୋଲିୟମ ପଦାର୍ଥ ଜବତ କରିଛି। ପ୍ରାୟ ୬୦୦୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣ ର ଏହି ତରଳ ପଦାର୍ଥ ଜବତ ହୋଇଛି। ଏହି ଘଟଣାରେ ଜଣକୁ ଅଟକ ରଖାଯାଇଛି। ପୋଲିସ ଚଢ଼ାଉ କରିବା ସମୟରେ ସେଠାରେ ଥିବା କିଛି ଲୋକ ଚମ୍ପଟ ମାରିଥିଲେ। ଜବତ ପଦାର୍ଥ ର ନମୁନା ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯିବ। ବେଆଇନ ଭାବେ ଗଛିତ ରଖାଯାଇଥିବା ଏହି ପେଟ୍ରୋଲିୟମ ପଦାର୍ଥ ଉପରେ ତଦନ୍ତ ଚାଲିଛି ।





