Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଦ୍ମଜଙ୍କ ଗଳ୍ପ ଓ ଉପନ୍ୟାସ ଶେଷ ହୁଏ ନାହିଁ

ପ୍ରଖ୍ୟାତ ଔପନ୍ୟାସିକ ପଦ୍ମଜ ପାଳଙ୍କ ୭୭ ତମ ଜୟନ୍ତୀ ଉପଲକ୍ଷେ ' ପଦ୍ମଜ ଉତ୍ସବ'

by ସଞ୍ଜୟ ସ୍ୱାଇଁ
March 7, 2023
in Literature
ପଦ୍ମଜଙ୍କ ଗଳ୍ପ ଓ ଉପନ୍ୟାସ ଶେଷ ହୁଏ ନାହିଁ
161
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବରିଷ୍ଠ ଔପନ୍ୟାସିକ ତଥା କାଳଜୟୀ କଥାକାର ପଦ୍ମଜ ପାଳଙ୍କ ୭୭ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଟାଉନହଲରେ ‘ ପଦ୍ମଜ ଉତ୍ସବ’ ପାଳିତ ହୋଇଯାଇଛି। ଚର୍ଯ୍ୟାୟୁଧ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ପ୍ରଫେସର ସୌଭାଗ୍ୟ ମିଶ୍ର, କବି ହରପ୍ରସାଦ ଦାଶ ଯୋଗ ଦେଇଥିଲେ। ଚର୍ଯ୍ୟାୟୁଧ ତଥା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂହସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ପାଳଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇବା ସହ ସମ୍ମାନ ପଦର୍ଶନ କରିଥିଲେ। ବିଧାୟକ ଶ୍ରୀଯୁକ୍ତ ମିତ୍ର ତାଙ୍କ ବକ୍ତବ୍ୟରେ, ପଦ୍ମଜଙ୍କ ଗଳ୍ପ ଓ ଉପନ୍ୟାସ ଶେଷ ହୁଏ ନାହିଁ ବୋଲି କହିଥିଲେ l ତାଙ୍କ ଲେଖାରେ ଦର୍ଶନ ଭରପୁର ରହିଥିବା କହିଥିଲେ। ପଦ୍ମଜ ପାଳଙ୍କ ଅନନ୍ୟ ସାହିତ୍ୟ କୃତ୍ତି ସମ୍ପର୍କରେ ସୂଚନା ଦେବା ସହ ଅଧ୍ୟାପନା ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। କବି ହରପ୍ରସାଦ ଦାଶ ତାଙ୍କ ବକ୍ତବ୍ୟରେ, ପକ୍ଷୀଘର ପ୍ରକାଶନ ଦ୍ଵାରା ଶ୍ରୀଯୁକ୍ତ ପାଳଙ୍କ ‘ସୀତା ମୋ ସୀତା’ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସଞ୍ଜୟ ପଟ୍ଟନାୟକଙ୍କୁ ପଦ୍ମଜ ଖୋର୍ଦ୍ଧା ସମ୍ପଦ ସମ୍ମାନ, ପ୍ରଦୀପ ନାୟକଙ୍କୁ ପଦ୍ମଜ ସାହିତ୍ୟ ସମ୍ମାନ, ପ୍ରଭାତ ମିଶ୍ରଙ୍କୁ ପଦ୍ମଜ ପ୍ରତୀକ ସମ୍ମାନ ପ୍ରଦାନ କରାଯାଇଥିଲା। ଗୋପୀନାଥ ସେଠୀ ସନନ୍ଦ ପତ୍ର ପାଠ କରିଥିଲେ। କଥାକାର ତପନ ମହାପାତ୍ର, ପ୍ରକାଶକ ବନୋଜ ତ୍ରିପାଠୀ, ଚର୍ଯ୍ୟାୟୁଧ ସମ୍ପାଦିକା ସବିତା ପାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଷୀରୋଦ ପରିଡ଼ା, ଶୁଭ୍ରାଂଶୁ ବିଶ୍ଵାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନାଟକ ‘ସାକ୍ଷୀ’ ମଞ୍ଚସ୍ଥ ହୋଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!