Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନମୋହୁଛି ନୀଳ ଜଳରାଶି ଓ ଅଧାକଟା ପାହାଡ଼

by Anil Panda
September 19, 2020
in Feature News, Planning and Development
ମନମୋହୁଛି ନୀଳ ଜଳରାଶି ଓ ଅଧାକଟା ପାହାଡ଼
972
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଉପରେ ନୀଳ ଆକାଶ, ମଝିରେ ପହାଡ଼ ତାହା ବି ଅଧାକଟା । ଆଉ ତଳକୁ ରହିଛି ନୀଳ ରଙ୍ଗର ଜଳରାଶିରେ ଭର୍ତି ଜଳାଶୟ । ପାହାଡ଼କୁ ଭେଦି ସୂର୍ଯ୍ୟଙ୍କ ତୀର୍ଯ୍ୟକ କିରଣ ଛୁଇଁଯାଉଛି । ଚତୁଃପାଶ୍ୱର୍ରେ ଘେରି ରହିଛି, କାଶତଣ୍ଡୀ ଫୁଲର ସମ୍ଭାର । ସକାଳର ସୁଲୁସୁଲିଆ ପବନ ଆଉ ଅପରାହ୍ନରେ ସେଇ ପାହାଡ଼ ଉହାଡ଼ରେ ସୂର୍ଯ୍ୟ ଦେବତାଙ୍କ ଅସ୍ତବେଳର ରକ୍ତିମ ଦୃଶ୍ୟ ଏଠାକୁ ଆସୁଥିବା ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥାଏ । ତେବେ ଏ ଦୃଶ୍ୟ କୌଣସି ପର୍ଯ୍ୟଟନସ୍ଥଳୀର ନୁହେଁ । ବରଂ ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ମୌଜାରେ ରହିଥିବା ଅଘୋଷିତ ପର୍ଯ୍ୟଟନସ୍ଥଳୀ ଅଧାକଟା ଗ୍ରାନାଇଟ ପାହାଡ଼ର ଦୃଶ୍ୟ । ଯାହାକି ରାଣୀକ୍ଷେତ ଓ ନୈନିତାଲର ଆଶିଂକ ଭ୍ରମ ସୃଷ୍ଟି କରିଥାଏ । ତେବେ ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହୋଇଥିଲେ ବି ଏଠାକାର ମନୋରମ ଦୃଶ୍ୟ ଏହି ସ୍ଥାନକୁ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଯାହାଫଳରେ ଏଠାକୁ ଯୁବବର୍ଗ ଏବଂ ବହୁ ଲୋକ ସେମାନଙ୍କ ପରିବାରକୁ ଧରି ଆସି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ଦେଖାଯାଇଛି ।ଏପରିକି ଏଠାରେ ବହୁ ଆଲବମ ସୁଟିଂ ମଧ୍ୟ ଚାଲିଛି । ତେବେ ପବନର ତାଳେ ତାଳେ କାଶତଣ୍ଡି ଫୁଲ ର ନୃତ୍ୟକୁ ଉପଭୋଗ କରି ଯୁବବର୍ଗ ସେଲଫି ନେବାର ଦୃଶ୍ୟ ଅତି ମନୋରମ ଦେଖାଯାଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!