ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାବାସୀ ଭୂବନେଶ୍ୱର କିମ୍ବା ଖୋର୍ଦ୍ଧା ନଯିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଖୋର୍ଦ୍ଧା ବର୍ଡ଼ର ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଟ୍ୟୁଟର ଯୋଗେ ସୂଚନା ଦେଇଛନ୍ତି । ମାତ୍ର ନୟାଗଡ଼ ଜିଲ୍ଲାର ଗଞ୍ଜାମ ଜିଲ୍ଲା ସୀମାନ୍ତ ଓଡ଼ଗାଁ ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ସୃଷ୍ଟି କରିବାକୁ ବସିଥିବା ବେଳେ ସୀମାନ୍ତଙ୍କୁ କାହିଁକି ସିଲ୍ କରାଯାଉ ନାହିଁ ତାହା ବୁଝା ପଡ଼ୁନି । ଓଡ଼ଗାଁ ବାସୀ ଏନେଇ ବାରମ୍ବାର ସୋସିଆଲ୍ ମିଡିଆରେ ଦାବି କରୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଦାବିକୁ ଯାଥାର୍ଥ ଭାବିବାର ସମୟ ଆସି ପହଂଚିଛି । ନିକଟରେ ଓଡ଼ଗାଁ ଅଂଚଳରେ ଜଣେ ଯୁବକ ଥାନାରେ ଦେଇଥିବ ଅଭିଯୋଗ ଅନୁଯାୟୀ ଓଡ଼ଗାଁର ଶତାଧିକ ବ୍ୟବସାୟୀ ଗଞ୍ଜାମ ଜିଲ୍ଲାକୁ ଯାଇ ବ୍ୟବସାୟ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଏଣୁ ନୟାଗଡ଼ ଗଞ୍ଜାମ ସୀମାନ୍ତକୁ ସିଲ୍ କରିବାକୁ ଦାବି ହେଉଛି ।