Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୋଗଡ଼ା ଡକାୟତି ଘଟଣା, ଗିରଫ ହେଲେ ସୁନା ଦୋକାନୀ ମହିଳାଙ୍କ ସ୍ୱାମୀ

by Anil Panda
June 15, 2020
in Breaking
ଭୋଗଡ଼ା ଡକାୟତି ଘଟଣା, ଗିରଫ ହେଲେ ସୁନା ଦୋକାନୀ ମହିଳାଙ୍କ ସ୍ୱାମୀ
80
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗ୍ରାମରେ ବହୁ ଚର୍ଚ୍ଚିତ ଡକାୟତୀ ଘଟଣାରେ ନୟାଗଡ଼ର ଲକ୍ଷ୍ମୀନାରାୟଣ ଜୁଏଲରୀ ମାଲିକାଣୀ ଗିରଫ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ନୟାଗଡ଼ ଶିବାଜୀନଗରର ରତ୍ନାକର ସାହୁ(୫୦) ଓ ବୋଲଗଡ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଗଦାଧର ନାୟକ(୫୪) । ପୁଲିସ ସୂଚନାନୁସାରେ, ରତ୍ନାକର ଓ ଗଦାଧର ନୟାଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଓଡି.୨୫.ଜେ-୧୦୩୪ ନମ୍ବର ବିଶିଷ୍ଟ ବାଇକ୍‌ରେ ଯାଉଥିଲେ । ଖବରପାଇ ବାଘମାରୀ ପୁଲିସ ସେମାନଙ୍କୁ ବାମଡିହଠାରେ ଅଟକାଇ ଥାନାକୁ ନେଇ ପଚରାଉଚରା କରିଥିଲା । ସେମାନେ ଦୁଇ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିବାବେଳେ ସେମାନଙ୍କଠାରୁ ଚୋରି ଅଳଙ୍କାର ରଖିଥିବା ନେଇ ବଣିଆ ରତ୍ନାକର ପୁଲିସ ଆଗରେ ମାନିଥିଲା । ଏହି ଘଟଣାରେ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି । ସେମାନଙ୍କ ଠାରୁ ନଗଦ ୪ହଜାର ୭ଶହ ଟଙ୍କା, ୩୮.୨୦୦ଗ୍ରାମ ଓଜନର ତରଳ ସୁନା, ୧.୫୨୮ଗ୍ରାମ ଓଜନର ରୂପା ଅଳଙ୍କାର, ଏକ ବନ୍ଧୁକ, ବମ୍ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ୪୦୦ଗ୍ରାମ ବାରୁଦ, ଗୋଟିଏ ସେଲୋଟେପ୍‌, ୫ଟି ଗୁଟଖା ଡବା, ଅଳଙ୍କାର ଓଜନରେ ବ୍ୟବହୃତ ନିକିତି ଓ ବଟକରା ଏବଂ ସେମାନେ ବ୍ୟବହାର କରୁଥିବା ମୋଟରସାଇକେଲକୁ ପୁଲିସ ଜବତ କରିଛି । ନୟାଗଡ ଟାଉନ ଥାନା ଅନ୍ତର୍ଗତ ଶିବାଜୀ ନଗରର ମହିଳା ଅନିତା ସାହୁ(୪୫)ଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଜି ତାଙ୍କ ସ୍ୱାମୀ ରତ୍ନାକରଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ରତ୍ନାକରଙ୍କ ନାମରେ ପୂର୍ବରୁ ନୟାଗଡ ସଦରଥାନାରେ ଅପରାଧିକ ମାମଲା ରହିଥିବା ପୁଲିସ ପ୍ରକାଶ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!