ଖିଆପିଆର ନିଆରା ଉଦ୍ୟମ

କଟକ,(ବାଘୁଆବାର୍ତ୍ତା):କରୋନା କାଳରେ ଟ୍ବିନ୍ ସିଟିର ଅଗ୍ରଣୀ ଖାଦ୍ୟ ବିତରକ ସଂସ୍ଥା KHIAPIA.COM ତା’ର ସାମାଜିକ ପ୍ରତିବଦ୍ଧତାକୁ ଆହୁରି ଦୃଢିଭୀତ କରିଛି। କରୋନା ଲକ୍ଡାଉନ୍, ସଟ୍ଡାଉନ୍ ପାଇଁ କଟକ, ଭୁବନେଶ୍ବରରେ ଅନେକ ଅସହାୟ ଲୋକ ଖାଦ୍ୟ ଅଭାବରୁ ଉପବାସରେ ପଡ଼ିଛନ୍ତି। ଏଭଳି ଅସହାୟ ମାନଙ୍କୁ ହାତ ବଢାଇବାକୁ KHIAPIA.COM ଆଗେଇ ଆସିଛି। ଯଦି ଆପଣମାନଙ୍କ ନିକଟରେ ବଳକା ଖାଦ୍ୟ ରହିଛି କିମ୍ବା ଆପଣ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରି ଏଭଳି ଅସହାୟମାନଙ୍କୁ ସହଯୋଗ କରିବାକୁ ଚାହୁଁଛନ୍ତି। ତେବେ KHIAPIA.COM କୁ ଯୋଗାଯୋଗ କରନ୍ତୁ। ଏନେଇ ସଂସ୍ଥାର ହେଲ୍ପ ଲାଇନ୍ ନଂ 9338193391 କୁ ଯୋଗାଯୋଗ କରିପାରିବେ। ଆପଣଙ୍କ କଲ୍ ପାଇବା ମାତ୍ରେ ସଂସ୍ଥାର ଡେଲିଭରି ବଏ ଆପଣଙ୍କ ନିକଟରୁ ଯାଇ ସୁରକ୍ଷିତ ଭାବେ ଖାଦ୍ୟ ସଂଗ୍ରହ କରିଆଣିବେ। ସଂସ୍ଥାର ପ୍ରତିଷ୍ଠାତା ମନୋରଞ୍ଜନ ଦାସ ଓ ପ୍ରମୋଦ ପରିଡ଼ାଙ୍କ ଭଳି କେତେ ଜଣ ଆଗ୍ରହୀ ଯୁବକଙ୍କ ଉଦ୍ୟମରେ ଏହି ସଂସ୍ଥା ଆରମ୍ଭ କରାଯାଇଛି। ଭୋକିଲାଙ୍କ ମୁହଁରେ ହସ ଫୁଟାଇବା ଆମ ଲକ୍ଷ୍ୟ ବୋଲି ଏହି ଯୁବ ସମାଜସେବୀଦ୍ବୟ କହିଛନ୍ତି। ଗତବର୍ଷ ଲକ୍ଡାଉନ୍ ସମୟରୁ ସଂସ୍ଥା ଆରମ୍ଭ କରିଥିବା ଏହି ଅଭିଯାନ ବେଶ୍ ଲୋକପ୍ରିୟ ହୋଇଛି ବୋଲି ଉଭୟ ପ୍ରତିଷ୍ଠାତା କହିଛନ୍ତି। କେବଳ ଏତିକିୁ ନୁହେଁ , ବର୍ତ୍ତମାନ କଟକ, ଭୁବନେଶ୍ବରରେ KHIAPIA.COM କଞ୍ଚା ମାଛ, ମାଂସ, ଅଣ୍ଡା, କ୍ଷୀର, ପନିପରିବା, ଫଳ , ଗ୍ରୋସେରୀ ସାମ୍ରଗୀ , ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଯୋଗାଇବାରେ ମଧ୍ୟ ବେଶ୍ ଆଦୃତି ଲାଭ କରିଛି। ଉକ୍ତ କମ୍ପାନିର ଆପ୍ କିମ୍ବା ୱେବସାଇଟ୍ରେ ଅର୍ଡର କରି ଆପଣ ମହାମାରୀ କାଳରେ ମଧ୍ୟ ଏହି ସେବା ପାଇପାରିବେ।







