ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରୁ ସେକ୍ସ ରାକେଟ୍ ଠାବ ହୋଇଛି । ଭୁବନେଶ୍ବର ଖାରବେଳନଗର ଥାନା ଅଧୀନରେ ଚାଲିଥିଲା ଏହି ସେକ୍ସ ରାକେଟ୍ । ପ୍ଲଟ୍ ନମ୍ବର ୧୮ରେ ଥିବା ଭଡା ଘରେ ଦେହ ବ୍ୟବସୀୟ ଚାଲିଥିଲା । ପୋଲିସ ଚଢାଉ ବେଳେ ୪ ଯୁବତୀ ଉଦ୍ଧାର ହୋଇଛନ୍ତି । ଚାରି ଯୁବତୀଙ୍କ ମଧ୍ୟରୁ ଦୁଇ ବଙ୍ଗୀୟ, ଜଣେ ଝାଡଖଣ୍ଡି ଓ ଅନ୍ୟ ଜଣେ ଓଡିଶାର ବୋଲି ପୋଲିସ ଜାଣିବାକୁ ପାଇଛି । ଦେହ ବ୍ୟବସାୟ ଚଳାଉଥିବା ଦୁଇ ଦଲାଲ ଗିରଫ ହୋଇଛନ୍ତି । ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଗ୍ରାହକ । ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।





