ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତ ସିଂହାର ଏବଂ କୋମଣ୍ଡ ଆରଆଇ ସୁଧିର କୁମାର ପରିଡ଼ା ଆଜି ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ାଉ କରି ୧ ଲକ୍ଷ ୩୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହି ଚଢ଼ାଉ ସମୟରେ ଜେସିବି ମେସିନ, ଗୋଟିଏ ଟ୍ରାକ୍ଟର, ୧ ଟି ୪୦୭ ଟ୍ରକ ଏବଂ ଦୁଇଟି କଟର ମେସିନକୁ ଧରା ପଡ଼ିଛି । ଗାଡ଼ି ଗୁଡ଼ିକ ବାବଦ ୧ ଲକ୍ଷ ୩୫ ହଜାର ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।





