ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ତଥା ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତ ଝରଣା ଗାଁ ନିକଟରେ ଥିବା ପଥର ଖଣିରେ ଆଜି ଖଣି ଅଧିକାରୀ ଇଶ୍ୱର ଚନ୍ଦ୍ର ପ୍ରଧାନ ସଦଳବଳେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଖଣି ମାଫିଆ କିଛି ସହଯୋଗୀଙ୍କ ଜରିଆରେ ଖଣି ଅଧିକାରୀଙ୍କୁ ଭୁଜାଲି ଦେଖାଇ ଆତଙ୍କ ଖେଳାଇଥିଲେ । ଦୀର୍ଘଦିନ ଧରି ବେଆଇନ ଭାବେ ଏହି ପଥର ଖଣି ଚାଲି ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ, ତହସିଲ ଓ ପୁଲିସ ପ୍ରଶାସନ ସବୁକୁ ଆଖି ବୁଜି ଦେଇଥିଲେ । ଆଜି ଖଣି ଅଧିକାରୀ ଚଢ଼ାଉ ପରେ ସେଠାରେ ଖଣି ମାଫିଆଙ୍କ ଦୈାରାତ୍ମ ଦେଖିବାକୁ ମିଳିଥିଲେ । ଏନେଇ ଖବରପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସକୁ ଦେଖି ମାଫିଆ ଓ ତାଙ୍କ ସହଯୋଗୀ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ପୁଲିସ ସେମାନଙ୍କୁ ଗୋଡ଼ାଇବା ପରେ ପୁଲିସକୁ ପଥର ମାରିଥିବା ସୂଚନା ମିଳିଛି । ଖଣି ଅଧିକାରୀ ୧ଟି କମ୍ପ୍ରେସର ମେସିନ, ଗୋଟିଏ ଟ୍ରାକ୍ଟର ଓ ଏକ୍ଟାଭେକ୍ଟର ଜିନିଷକୁ ଜବତ କରିଥିବା ସୂଚନା ମିଳିଛି । ଏନେଇ ଖଣି ଅଧିକାରୀ ସଦରଥାନାରେ ଅଭିଯୋଗ କରିବା ପରେ ସଦରଥାନାରେ ମାମଲା ରୁଜୁ ହୋଇଛି ।





