ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ସହକାରୀ ସେକ୍ସନ ଜଜ୍କୋର୍ଟ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ବିଚାରପତି ବିଶ୍ୱନାଥ ରଥ ଯୋଗ ଦେଇଥିବା ବେଳେ ହାଇକୋର୍ଟ ରେଜିଷ୍ଟାର ପ୍ରତାପ ଚନ୍ଦ୍ର ପାତ୍ର, ଜିଲ୍ଲା ଜଜ୍ ଗୋପାଳ ଚରଣ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ଖଣ୍ଡପଡ଼ା ବାର ଆସୋସିଏସନ୍ ସଭାପତି ପ୍ରମୋଦ ଦାଶ ଏବଂ ସଂପାଦକ ସଂଗ୍ରାମ କେଶରୀ ମିଶ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । ଖଣ୍ଡପଡ଼ା ପୂର୍ତ୍ତ ବିଭାଗର ଦ୍ୱାରା ଏହି ଗୃହର ନିର୍ମାଣ କାର୍ଯ୍ୟ ସମାପନ କରାଯାଇଛି । ଏହି ଉତ୍ସବରେ ବହୁ ଆଇନଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ, ଶିକ୍ଷାବିତ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ନୂତନ କୋର୍ଟ ନିର୍ମାଣ ହେବା ଦ୍ୱାରା ଖଣ୍ଡପଡ଼ା ଅଂଚଳର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।





