ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ କୁମ୍ଭାରପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହରିଜନସାହିରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଠେଙ୍ଗା ଦ୍ୱାରା ପିଟାପିଟି ହୋଇ ଲହୂଲୁହାଣ ହୋଇଥିଲେ।
ଏହି ଘଟଣାରେ ଗଣିଆ ଡାକ୍ତରଖାନା ଏବଂ ନୟାଗଡ଼ରେ ୧୧ଜଣ ଚିକିତ୍ସିତ ହେଉଥିବା ବେଳେ ବୋମା ମାଡ଼ କରିଥିବା ଦୁଇ ଯୁବକଙ୍କ ହାତ ପାପୁଲି ଗୁରୁତର ହୋଇଥିବାରୁ ସେମାନେ ଏବେ କଟକରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଥାନା ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଖଣ୍ଡପଡ଼ା ପୁଲିସ ତଦନ୍ତ କରିବା ପରେ ପ୍ରାଥମିକ ପର୍ୟ୍ୟା ୟରେ ଦୁଇ ପକ୍ଷରୁ ୭ ଜଣଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଶ୍ରୀସ୍ୱାଇଁ ସୂଚନା ଦେଇଛନ୍ତି।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଦୁଃଶାସନ ନାଏକ, ଅର୍ଜୁନ ନାଏକ, ଦିପୁ ନାଏକ, ବିଭୁତି ନାଏକ, ଗୌରାଙ୍ଗ ନାଏକ, ଶତ୍ରୁଘ୍ନ ନାଏକ, ଆଲୋକ ନାଏକ। ତେବେ ଗ୍ରାମରେ ଉତ୍ତେଜନା ପ୍ରକାଶ ଆଶଙ୍କା ନେଇ ଖଣ୍ଡପଡ଼ା ପୁଲିସ ମୁତୟନ ଥିବା ଜଣାପଡ଼ିଛି।





