ନୟାଗଡ଼,(ବାଘୁଆବାର୍ତ୍ତା): ଏସଏଫସି ଓ ସିଏଫସି ଅନୁଦାନ ଅର୍ଥରୁ ୧୭ଲକ୍ଷ ୩୧ ହଜାର ୫ ଶହ ଟଙ୍କା ଆତ୍ମସାତ ଅଭିଯୋଗରେ ସିଧାମୂଳ ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ଦଳେଇ ଖଣ୍ଡପଡ଼ା ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ଅଡିଟରେ ଧରାପଡ଼ିବା ପରେ ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡା ବିଡିଓ ଗତ ୨୦୨୦ ମସିହା ଡ଼ିସେମ୍ବର ୧୦ ତାରିଖରେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖଣ୍ଡପଡ଼ା ପୁଲିସ ୩୦୩/୨୦ରେ ବିଭିନ୍ନ ଦଫାରେ ମାମଲା ରଜୁ କରିଥିଲା । ଥାନାରେ ମାମଲା ରୁଜୁ ହେବା ଖବରପାଇ କୈଳାସ ଗାଁ ଛାଡ଼ି ଫେରାର ହୋଇଯାଇଥିଲା । ସେହିଦିନଠାରୁ ପୁଲିସ ତାକୁ ଖୋଜୁଥିବା ବେଳେ ଗତକାଲି ରାତିରେ ରାଜକିଆରି ଛକ ଏକ ଢାବାରେ କୈଳାସ ବସିଥିବା କଣ୍ଟିଲୋ ଫାଣ୍ଡି ଏବଂ ଖଣ୍ଡପଡ଼ା ପୁଲିସ ତାଙ୍କୁ ଗିରଫ କରି ଥାନାରେ ଆଣି ରଖଥିଲେ । ଭୋର ୪ଟା ସମୟରେ ଥାନାରୁ କୈାଳସ ପୁଣି ଥରେ ଖସି ଯାଇଥିବା ବେଳେ ତାଙ୍କୁ ଖଳିସାହି ନିକଟସ୍ଥ ଏକ ତୋଟାରୁ ଧରି ଗିରଫ କରାଯାଇଛି ।





