Sunday, November 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ୍ ପ୍ରତିଷ୍ଠା ନେଇ ଦାବି

by Anil Panda
June 11, 2020
in Feature News
ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ୍ ପ୍ରତିଷ୍ଠା ନେଇ ଦାବି
26
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଠାରେ ବିଦ୍ୟୁତ ଗ୍ରୀଡ ପ୍ରକଳ୍ପ ପ୍ରତିଷ୍ଠାରେ ପ୍ରଶାସନିକ ସ୍ଥାଣୁତାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ପ୍ରସ୍ତାବିତ ସ୍ଥାନରେ ତୁରନ୍ତ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଅଂଚଳବାସୀ ଦାବି କରିବା ସହ ଏ ସଂପର୍କୀତ ଦାବିପତ୍ର ଖଣ୍ଡପଡ଼ା ତହସିଲଦାରଙ୍କ ଜରିଆରେ ନୟାଗଡ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ଖଣ୍ଡପଡ଼ା ବ୍ଳକ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ, ଖଣ୍ଡପଡା ଓ ଭାପୁର ବ୍ଳକ ଅଧିନ ବିଭିନ୍ନ ପଂଚାୟତର ଲୋକପ୍ରତିନିଧି, ବରିଷ୍ଠ ନାଗରିକ ମଂଚର ସଦସ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନେ ଗୁରୁବାର ଦିନ ତହସିଲ କାର୍ଯ୍ୟାଳୟରେ ଖଣ୍ଡପଡ଼ା ତହସିଲଦାର ପାର୍ଥସାରଥୀ ହାସଁଦାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ପ୍ରକାଶଥାଉକି ୨୦୧୭ ମସିହାରେ ଖଣ୍ଡପଡ଼ା ଠାରେ ଏକ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟସରକାର ୫୪ କୋଟି ଟଙ୍କା ଅନୁଦାନ ଅର୍ଥ ମଞ୍ଜୁର କରିଥିଲେ । ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଖଣ୍ଡପଡା ସହର ଉପକଣ୍ଠରେ କଇଁଥପଲ୍ଲୀ ଗ୍ରାମ ନିକଟରେ ୧୫ ଏକରରୁ ଉର୍ଦ୍ଧ ସରକାରୀ ଜାଗା ଚିହ୍ନଟ କରାଯାଇଥିଲା । ପରବର୍ତୀ ସମୟରେ ତହସିଲ ପ୍ରଶାସନ ପକ୍ଷରୁ ଏସଂପର୍କୀତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁଁ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବିତ ସ୍ଥାନଟିକୁ ଅଦ୍ୟାବଧି ତହସିଲ କର୍ତୃପକ୍ଷ ବିଭାଗୀୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିପାରୁନଥିବାରୁ ବିଦ୍ୟୁତ ଗ୍ରୀଡ ପ୍ରକଳ୍ପ ପ୍ରତିଷ୍ଠାରେ ଅଯଥା ବିଳମ୍ବ ହେଉଥିବା ଜଣାପଡିଛି । ଖଣ୍ଡପଡା, ଭାପୁର ଓ ଗଣିଆ ବ୍ଳକ ଅଂଚଳବାସୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ସ୍ଥାନରେ ବିଦ୍ୟୁତ ଗ୍ରୀଡ ପ୍ରତିଷ୍ଠା ନିମନ୍ତେ ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!