ନୟାଗଡ଼,(ବାଘୁଆବାର୍ତ୍ତା) : ସ୍ଥାନୀୟ ବେଣାଗାଡ଼ିଆ ପଞ୍ଚାୟତର ବରକୋଳି ହନୁମାନ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରି କଂଗ୍ରେସ ନେତା ହୁସେନ ଖାଁ, ଦଳୀୟ ପ୍ରାର୍ଥୀ ବସନ୍ତ ମହାରଣା, ଯୁବକଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଖଣ୍ଡପଡାର ଯୁବନେତା ଇଂ ଦେବବ୍ରତ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଧାରୀ ମହାପାତ୍ର, ବାଙ୍କ ବିହାରୀ ଧଳ, ବିରଞ୍ଚି ନାରାୟଣ ସାହୁ, ଶ୍ରୀପତି ମହାରଣା, ଯୁବନେତା ଲାଳାକୃଷ୍ଣ ସ୍ୱାଇଁ, ଗୋପବନ୍ଧୁ ପ୍ରଧାନ, ଚିନ୍ମୟ ପ୍ରଧାନ ଏବଂ ସୋମନାଥ ପଣ୍ଡା ପ୍ରମୁଖ ଯୋଗଦେଇ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନ ପୁନର୍ଗଠନ କରାଯାଉ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରକିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l କଂଗ୍ରେସ ଦଳ ଆଗାମୀ ଦିନରେ ଖଣ୍ଡପଡା ଭାପୁର ବ୍ଲକରେ ଦୁର୍ନୀତିକୁ ପ୍ରସଙ୍ଗ କରିବା ସହ ରାଜନୈତିକ ନେତାଙ୍କ ବlହୁଛାୟା ତଳେ ରହି ବେଆଇନ ପଥର ଖଣି ବାଲି ଲୁଟ କରୁଥିବା ମାଫିଆ ମାନଙ୍କ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି l