ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଭୋଟ ଗଣତି ସମୟରେ ଭୋଟ ଗଣତି ସେଣ୍ଟର ସମ୍ମୁଖରେ ଧାରଣା ଦେଲେ ଗଣମାଧ୍ୟମ ପ୍ରତିନିଧି । ଏଭଳି ଘଟଣା ଦେଖିବାକୁ ମିଳିଛି ଖଣ୍ଡପଡ଼ା ବ୍ଲକରେ । ଦୁଇ ଦିନ ହେଲା ଖଣ୍ଡପଡ଼ା ବ୍ଲକରେ ଭୋଟ୍ ଗଣତି ପକ୍ରିୟା ଚାଲୁଥିଲେ ମଧ୍ୟ ଖଣ୍ଡପଡ଼ା ବ୍ଲକର ସାମ୍ବାଦିକମାନଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉନାହିଁ । ଯାହାଫଳରେ ଆଜି ସାମ୍ବାଦିକ ବନ୍ଧୁମାନେ ଖଣ୍ଡପଡ଼ା ବ୍ଲକର ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସାମ୍ବାଦିକମାନଙ୍କ କଥାକୁ ନବୁଝି ବିଡ଼ିଓ ମ୍ୟାଡାମ୍ ର୍ଦୁବ୍ୟହାର କରି ସାମ୍ବାଦିକ ମାନଙ୍କୁ ତଡି ଦେଇଥିଲେ । ବ୍ଲକ୍ ନିର୍ବାଚନ ଅଧିକାରୀ ନିଜ ଭୁଲ୍ ନସୁଧାରି ସାମ୍ବାଦିକମାନଙ୍କୁ ର୍ଦୁବ୍ୟହାର କରିଥିଲେ । ଯାହାଫଳରେ ସାମ୍ବାଦିକ ବନ୍ଧୁମାନେ ଗଣତି ସେଣ୍ଟର ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି ।





