Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣ୍ଡପଡ଼ାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ

by Anil Panda
August 4, 2020
in Feature News, Nayagarh
ଖଣ୍ଡପଡ଼ାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ
614
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ବିଦ୍ୟୁତ୍ ସେବା । ବିଜୁଳି ମାରିଲେ ବିଦ୍ୟୁତ୍ କଟୁଥିବା ବେଳେ ବିନା କାରଣରେ ମଧ୍ୟ ବିଦ୍ୟୁତ୍ କଟା ଯାଉଥିବା ଅଭିଯୋଗ ହେଉଛି । ଏପରିକି ସହରରେ ମଧ୍ୟ ଅଘୋଷିତ ପାୱାର କଟ କରାଯିବା ନେଇ ବାରମ୍ବାର ଲୋକଙ୍କ ମନରେ ସ୍ୱର ଉଠୁଛି । ଏଭଳି ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବା ପାଇଁ ଖଣ୍ଡପଡ଼ା ଅଂଚଳରେ ଦୀର୍ଘଦିନ ଧରି ଜନଅସନ୍ତୋଷ ତୀବ୍ର ହୋଇଥିବା ବେଳେ ଏନେଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଜି ଟିପିସିଏଲ୍ ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁସାରେ, ଖଣ୍ଡପଡ଼ା ଅଂଚଳରେ ଅଘୋଷିତ ବିଦ୍ୟୁତ୍ କାଟ କରାଯାଉଥିବା ବେଳେ ନାବାଳକ ତଥା ଅଣସ୍ୱୀକୃତି ପ୍ରାପ୍ତ ଯୁବକଙ୍କୁ ଖୁଣ୍ଟରେ ଚଢ଼ାଇ କାର୍ଯ୍ୟ କରାଯାଇଛି । ଏହି ଅଂଚଳରେ କାର୍ଯ୍ୟରତ ଲାଇନ୍ସମ୍ୟାନ ମାନେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଏପରିକି ସାଧାରଣ ମରାମତି କାର୍ଯ୍ୟ କରିବା ପାଇଁ ବିଦ୍ୟୁତ୍ ଗ୍ରାହକଙ୍କଠାରୁ ବଟି ମଧ୍ୟ ଆଦାୟ କରାଯାଉଛି । ଏହାକୁ ନେଇ ଆଜି ଖଣ୍ଡପଡ଼ା ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର, ବିଜୁ ଯୁବ ଜନତା ଦଳ ସଭାପତି ମନୋରଂଜନ ବେହେରା, ଆଲୋକ ବେହେରା, ବିଭୁତି ଭୂଷଣ ବେହେରା, ମାଧବ ଚନ୍ଦ୍ର ଦାଶ, ବିକ୍ରମ ପ୍ରଧାନ, ପ୍ରତାପ ବେହେରା, ସମରେନ୍ଦ୍ର ମହାନ୍ତି, ରବିନ୍ଦ୍ର ସାହୁ, ନିରଞ୍ଜନ ସାହୁ, ରାମଚନ୍ଦ୍ର ବେହେରା ପ୍ରମୂଖ ଟିପିସିଏଲ୍ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ସମସ୍ୟା ସଂମ୍ପର୍କରେ ଆଲୋଚନା କରିବା ସହ ଏକ ଦାବପତ୍ର ପ୍ରଦାନ କରିଛନ୍ତି ।

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

April 18, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!