ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ନୋଡାଲ ହାଇସ୍କୁଲ ଠାରେ ଶନିବାର ଦିନ ମାଧ୍ଯମିକ ବିଦ୍ଯାଳୟ ପ୍ରଧାନଶିକ୍ଷକଙ୍କ ଚତୁର୍ଦ୍ଦଶତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲଂକ ତତ୍ତ୍ବାବଧାନରେ ବୈଠକ ପରିଚାଳିତ ହୋଇଥିଲା। ଏବିଇଓ ରାଜେନ୍ଦ୍ର କୁମାର ଖଟେଇ ଉପସ୍ଥିତ ଥିଲେ।
ପ୍ରଧାନଶିକ୍ଷକ ଶରତଚନ୍ଦ୍ର ବେହେରା , ଦିଲ୍ଲିପ କୁମାର ନାୟକ, ପ୍ରଧାନ ଶିକ୍ଷୟତ୍ରୀ ସଂଜୀବନୀ ସାମଲ ଓ ସସ୍ମିତା ମହାପାତ୍ର ପ୍ରମୁଖ ଆରପି ଭାବେ ଯୋଗଦେଇଥିଲେ।ବୈଠକରେ ପୂର୍ବ ବୈଠକର ବିବରଣୀ ଓ ସେସବୁର କାର୍ଯ୍ଯକାରୀତା,ଉତ୍କର୍ଷ ଓ ଆକାଂକ୍ଷା କାର୍ଯ୍ୟକ୍ରମ, ଖାନ ଏକାଡେମୀ ଗଣିତ ଦକ୍ଷତା ବ୍ରୁଦ୍ଧି, ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର,ଆପାର ଆଇଡି ଓ ୟୁଡାଇସ୍, ପ୍ରାକ୍ତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ, ଏସଆଇଓସ ନାମଲେଖା , ମାଟ୍ରିକ୍ ପରୀକ୍ଷା ଆଦି ବିଭିନ୍ନ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା।ଇତ୍ଯବସରରେ ପ୍ରଧାନଶିକ୍ଷକମାନେ ବିଦ୍ଯାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନଂକ ସହିତ ଶୈକ୍ଷିକ ବାର୍ତ୍ତାଳାପ କରିଥିଲେ ।
ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ଦେଈ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ଯବାଦ ଅର୍ପଣ କରିଥିଲେ। ପରିଚାଳନା କମିଟି ସଭାପତି ପ୍ରଫୁଲ କୁମାର ବିଶ୍ୱାଳ ଯୋଗଦେଇଥିଲେ। ସମସ୍ତ ଶିକ୍ଷକ-କର୍ମଚାରୀ ସହଯୋଗ କରିଥିଲେ।