Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ମାନ୍ୟତା ମିଳୁଛି ହେଲେ ପଦବୀ ଖାଲି

by ସଞ୍ଜୟ ସ୍ୱାଇଁ
August 9, 2021
in Education, State
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ମାନ୍ୟତା ମିଳୁଛି ହେଲେ ପଦବୀ ଖାଲି
58
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଦକ୍ଷିଣ ଓଡ଼ିଶାରେ ଶିକ୍ଷାର ପ୍ରାଣକେନ୍ଦ୍ର ଭାବେ ପରିଚିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର। ଦେଢଶ ବର୍ଷ ତଳୁ ମୁଣ୍ଡ ଟେକି ହାସଲ କରି ଆସିଲାଣି ବିଭିନ୍ନ ମାନ୍ୟତା। । ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାଂପସ କାମ । ଖଲ୍ଲିକୋଟ ମହାବିଦ୍ୟାଳୟ ପାହଚ ପରେ ପାହଚ ଚଢ଼ି ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇସାରିଥିଲେ ବି ଏହାର ବିକଳ ସ୍ଥିତି ବୟାନ କରୁଛି, ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ। ଆରଟିଆଇ ତଥ୍ୟରୁ ଏହା ସାମ୍ନାକୁ ଆସିବା ପରେ ପଦାରେ ପଡ଼ିଛି ବିଶ୍ୱବିଦ୍ୟାଳୟର ଅସଲ ସ୍ଥିତି । ଏପରିକି ଅନେକ ବିଭାଗରେ ଜଣେ ହେଲେ ଅଧ୍ୟାପକ ମଧ୍ୟ ନାହାନ୍ତି । ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶିକ୍ଷାବିତ୍ । ଖାଲିପଡ଼ିଛି ପ୍ରାୟ ୫୦ ପ୍ରତିଶତରୁ ଅଧିକ ପଦବୀ। ମୋଟ ୮୮ ପଦବୀରୁ ଏବେ ବି ୫୩ଟି ପୋଷ୍ଟ ଫାଙ୍କା । ଏନେଇ ପୂର୍ବତନ ଛାତ୍ରନେତା ପୀତବାସ ପଣ୍ଡା କହିଛନ୍ତି, ଶିକ୍ଷାଦାନଠୁ ବହୁ ଦୂରରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଅର୍ଥନୀତି, କେମେଷ୍ଟ୍ରି, ଜୁଲୋଜି, ଏଜୁକେସନ, ହିନ୍ଦୀ ଆଦି ସବଜେକ୍ଟରେ ଜଣେ ବି ଅଧ୍ୟାପକ ନାହାନ୍ତି। ଏସବୁ ବିଷୟ ପଢ଼ିବା ପ୍ରତି ପିଲାଙ୍କ ଆଗ୍ରହ ଥିବା ସତ୍ତ୍ୱେ ବର୍ଷ ବର୍ଷ ଧରି ଏହି ପଦବୀକୁ ପୂରଣ କରାଯାଉ ନାହିଁ। ଏନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର କହିଛନ୍ତି, ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ନିଯୁକ୍ତି ଆରମ୍ଭ ହେଲେ ଏଥିପାଇଁ ସମୟ ତ ଲାଗିବ। ହେଲେ ସେତେଦିନ କ’ଣ ମରୁଡ଼ି ପଡ଼ିବ । ରାଜ୍ୟ ସରକାର ଅଧ୍ୟାପକ ପଦବୀ ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ସରକାରୀ କଲେଜରୁ ଏଠାକୁ ଅଧ୍ୟାପକ ଆଣିବାକୁ ବ୍ୟବସ୍ଥା କରିବା ଉଚିତ କିମ୍ବା ଆଡହକରେ ନିଯୁକ୍ତି କରିବା ଆବଶ୍ୟକ। ନଚେତ, ଅଧ୍ୟାପକ ନିଯୁକ୍ତି ପାଇଁ କୁଳପତିଙ୍କୁ କ୍ଷମତା ଦେବା ଉଚିତ। । ଯାହାବି ହେଉ ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ଉଚିତ ନୁହେଁ। ୧୮୭୮ ମସିହାରେ ବ୍ରହ୍ମପୁର ସହରରେ ଗଢ଼ି ଉଠିଥିଲା ଓଡ଼ିଶାର ଏହି ଅନ୍ୟତମ ଶିକ୍ଷା ପ୍ରାଣକେନ୍ଦ୍ର ଖଲିକୋଟ ମହାବିଦ୍ୟାଳୟ । ପ୍ରାୟ ୧୫୦ ବର୍ଷ ଭିତରେ କଲେଜକୁ ମିଳିଛି ବିଭିନ୍ନ ମାନ୍ୟତା । ଗତ ୨୦୧୬ରେ କଲେଜକୁ ଭାରତର ଏକମାତ୍ର କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା। ଏପରିକି ଏକ ଭଡା ଘରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହାର କ୍ଲାସ୍ କରାଗଲା । ମାତ୍ର ପରେ କ୍ଲଷ୍ଟର ମାନ୍ୟତାକୁ ଉଠାଇ ଦିଆଗଲା । ଗତ ୧ ତାରିଖରେ ଏହି ମହାବିଦ୍ୟାଳୟକୁ ପୁଣି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ତେବେ ଆବଶ୍ୟକ ଅଧ୍ୟାପକ ନ ଥିବାରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଖୁବ୍‌ଶୀଘ୍ର ପଦବୀ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କୁଳପତି । ଗତ ୧ ତାରିଖରେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ମଧ୍ୟ କଲେଜକୁ ଆସି ଏକକ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ଅବସରରେ ଅଧ୍ୟାପକ ପଦବୀ ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଖଲ୍ଲିକୋଟ ୟୁନିଭରସିଟି ଏକକ ୟୁନିଭରସିଟି ହିସାବରେ ପରିଣତ ହୋଇଛି। ଏହାର ଉନ୍ନତି ପାଇଁ ସବୁ ସହଯୋଗ ରାଜ୍ୟ ସରକାର କରିବେ। ଭିତ୍ତିଭୂମି ପାଇଁ ଅର୍ଥର ଅଭାବ ରହିବ ନାହିଁ। ଟିଚିଂ,ନନ୍‌ଟିଚିଂ ଷ୍ଟାଫ ପୂରଣ କରାଯିବ ବୋଲି କହିଥିଲେ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର । ହେଲେ ପ୍ରତିଶ୍ରୁତି ଅନୁଯାୟୀ, କିଛି ବି ପଦକ୍ଷେପ ନିଆଯାଇନି। ଏନେଇ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କହିଛନ୍ତି, ଓଡ଼ିଶା ପବ୍ଲିକ ସର୍ଭିସ ଜରିଆରେ ଅଧ୍ୟାପକ, ପ୍ରାଧ୍ୟାପକ, ଆସିଷ୍ଟାଣ୍ଡ ପ୍ରଫେସର, ଆସୋସିଏଟ ପ୍ରଫେସର, ପ୍ରଫେସର ପଦବୀ ପୂରଣ କରାଯିବ। ଏଥିପାଇଁ ବିଜ୍ଞାପନ ବାହାରି ନିଯୁକ୍ତି ପ୍ରକ୍ରିୟା କରାଯିବ। । ହେଲେ କିଛି ସମୟ ଲାଗିବ। ୧୫୦ ବର୍ଷର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟକୁ ମାନ୍ୟତା ପରେ ମାନ୍ୟତା ମିଳୁଛୁ। ହେଲେ ସ୍ୱାଭାବିକ ଭାବେ ପାଠପଢ଼ା ପାଇଁ ସବୁ ବିଭାଗ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାର କେତେ ତତ୍ପରତା ପ୍ରକାଶ କରୁଛନ୍ତି ତାହା ସମୟ କହିବ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!