ନୟାଗଡ଼,(ବାଘୁଆବାର୍ତ୍ତା): ପ୍ଲାନ କରି ଖସିଯିବାକୁ ବସିଥିବା ଖାକି ବାବୁଙ୍କ ସବୁ ପ୍ଲାନ ଫେଲ ମାରିଛି । ଭଲ ପାଇଥିଲେ, ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଅନ୍ୟ ଏକ ସ୍ଥାନରେ ବିବାହ କରିବାକୁ ବାହାରିଲା ବେଳକୁ ଯୁବତୀ ଜଣଙ୍କ ପହଞ୍ôଚ ଯାଇଥିଲେ । ଖାକି ବାବୁ ରଚିଥିବା ପ୍ଲାନ ସବୁକୁ ଫେଲ୍ କରି ଦେଇଥିଲେ । ଏଭଳି ଏକ ଘଟଣା ଦେଖାଦେଇଛି ଜଗତସିଂହପୁର ଅଞ୍ଚଳରେ । ସୂଚନାନୁସାରେ, ପାରାଦ୍ୱୀପ କୁଜଙ୍ଗ ବଳରାମପୁର ଗାଁର ସ୍ୱର୍ଣ୍ଣଲତା ମାଝିଙ୍କୁ କେନ୍ଦ୍ରାପଡ଼ା ପୁଲିସ ସିଗନାଲ ବିଭାଗରେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍କ୍ର ଭାବେ କାମ କରୁଥିବା ମାର୍ଶାଘାଇ ବଟିରା ଗ୍ରାମର ରଂଜନ କୁମାର ବେହେରା ପ୍ରେମ କରୁଥିଲେ । ମାତ୍ର ସ୍ୱର୍ଣ୍ଣଲତାଙ୍କୁ ବିବାହ ନକରି ଖାକିବାବୁ ରଂଜନ ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତି ସରିଥିଲା । କିନ୍ତୁ ଏହାସବୁ ଜାଣିବା ପରେ ସ୍ୱର୍ଣ୍ଣଲତା ଥାନାର ଦ୍ୱାରସ୍ତ ହୋଇ ପୁଲିସ ବାବୁଙ୍କୁ ନେଇ ଖାକିବାବୁ ରଂଜନଙ୍କ ଦୁଆରେ ପହଞ୍ଚଥିଲା । ତେବେ ସେଠାରେ ପୁଲିସ ପ୍ରାଥମିକ ତଦନ୍ତ କରି ଆରମ୍ଭ କରିବା ସହିତ ରଂଜନଙ୍କ ସହିତ ସ୍ୱର୍ଣ୍ଣଲତାଙ୍କ ବିବାହ କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ରାଜି ନଥିଲେ ଖାକି ବାବୁ । ପଛରେ ପୁଣି ରାଜି ହେବାରୁ କୁଜଙ୍ଗ ଜଗନ୍ନାଥ ମନ୍ଦିରରେ ପିଲିସ, ଓକିଲଙ୍କ ଉପସ୍ତିତିରେ ବିବାହ ହୋଇଥିଲା ।





