ନୂଆପଡ଼ା, (ବାଘୁଆବାର୍ତ୍ତା): ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଚଳାଇଥିଲେ ବିସ୍ପୋରକ କରାବାର । ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ବ୍ଲକ ଅଧ୍ୟକ୍ଷାଙ୍କ ଗାଁରେ ଚଢଉ କରିଥିଲା । ଚଢଉ ସମୟରେ ବିପୁଳ ପରିମାଣର ବିସ୍ପୋରକ ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀକୁ ପୁଲିସ୍ ଗିରଫ୍ କରିଥିବା ଜଣାପଡିଛି । ସୂଚନାନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତାନା ଅନ୍ତର୍ଗତ ତୁକୁଲା ଗାଁରେ ବିସ୍ପୋରକ ଥିବା ବିଶେଷ ସୁତ୍ରରୁ ଖବର ପାଇ ଖଡ଼ିଆଳ ପୁଲିସ ଗାଁରେ ଚଢଉ କରିଥିଲା । ୧୫କାର୍ଟୁନ୍ ବିସ୍ପୋରକ ଜବତ କରିଛି ପୁଲିସ୍ । ଯେଉଁଥିରେ କି ୨୯୨୫ଟି ଜିଲେଟିନ୍ ଷ୍ଟିକ୍, ୫୦କିଲୋ ବିଶିଷ୍ଟ ୨୯ବସ୍ତା ଏମୋନିୟମ ନାଇଟ୍ରେଟ୍, ୧୪୪ ଡିଟୋନେଟର ଜବତ ହୋଇଥିବା ବେଳେ ନଗଦ ୩୨୯୦୦ଟଙ୍କା ସହ ୪ଟି ଟ୍ରାକ୍ଟର ଜବତ କରିଛି ଖଡ଼ିଆଳ ପୁଲିସ୍ । ଏଥିରେ ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ପ୍ରେମ ସାଗର ମେହେରଙ୍କୁ ପୁଲିସ୍ ଗିରଫ୍ କରିଛି । ଉକ୍ତ ଚଢଉରେ ଅତିରିକ୍ତ ତହସିଲଦାର, ଏସଡିପିଓ ଓ ଖଡ଼ିଆଳ ଥାନା ଅଧିକାରୀ ସାମିଲ ଥିଲେ ।






