Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଡଗେଙ୍କ ବୟାନ, ମୋତେ ବିଜେପି ସାଂସଦ ଠେଲିଦେଲେ, ଆଣ୍ଠୁରେ ଲାଗିଛି ଆଘାତ

by ସଞ୍ଜୟ ସ୍ୱାଇଁ
December 19, 2024
in NATIONAL NEWS
ଖଡଗେଙ୍କ ବୟାନ, ମୋତେ ବିଜେପି ସାଂସଦ ଠେଲିଦେଲେ, ଆଣ୍ଠୁରେ ଲାଗିଛି ଆଘାତ
78
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସଂସଦରେ ନେତା ମନ୍ତ୍ରୀମାନଙ୍କର ବାଡ଼ିଆପିଟା। କାହାର ମୁଣ୍ଡ ପାଠିଛି ତ ଆଉ କାହାର ଆଣ୍ଠୁରେ ବାଜିଛି ଶକ୍ତ ଆଘାତ। ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କର ମୁଣ୍ଡ ଫାଟିଥିବା ବେଳେ ଏପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଆହତ ହୋଇଥିବା କହିଛନ୍ତି। ଜଣେ ବିଜେପି ସାଂସଦ ତାଙ୍କୁ ଠେଲି ଦେବାରୁ ତଳେ ପଡ଼ି ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଖଡ଼ଗେ ଅଭିଯୋଗ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡ. ଆମ୍ବେଦକରଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ଓ ବିଜେପି ମିଶି ବିରୋଧ ପ୍ରଦର୍ଶନ କରୁଥିବା ଏହି ଘଟଣା ଘଟିଥିଲା। ଏନେଇ ଖଡ଼ଗେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। ତେବେ ଏହା କେବଳ ତାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯାଇ ନାହିଁ ବରଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତିଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ଖଡ଼ଗେ କହିଛନ୍ତି। ଘଟଣା ସମ୍ପର୍କରେ ସେ କହିଛନ୍ତି “ଯେତେବେଳେ ମୁଁ ଇଣ୍ଡିଆ ପାର୍ଟି ସାଂସଦମାନଙ୍କ ସହିତ ମକର ଦ୍ୱାରରେ ପହଞ୍ଚିଲି, ସେତେବେଳେ ମୋତେ ବିଜେପି ସାଂସଦମାନେ ଠେଲି ଦେଇଥିଲେ। ଏହା ପରେ, ମୁଁ ମୋର ଭାରସାମ୍ୟ ହରାଇ ମକର ଦ୍ୱାର ସମ୍ମୁଖରେ ଜୋର୍‌ରେ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ ହେଲି। ମୋର ଆଣ୍ଠୁ ପୂର୍ବରୁ ସର୍ଜରି ହୋଇଥିବା ବେଳେ ଏଥିରେ ଆଘାତ ଲାଗିଛି।” ଖଡ଼ଗେ କହିଛନ୍ତି “ମୁଁ ପଡ଼ିଯିବା ଦେଖି କଂଗ୍ରେସ ସାଂସଦମାନେ ଏକ ଚେୟାର ଆଣିଥିଲେ ଏବଂ ମୋତେ ହାତ ଧରି ବସାଇଥିଲେ। ବହୁତ କଷ୍ଟରେ ଏବଂ ମୋର ସହକର୍ମୀଙ୍କ ସହଯୋଗରେ ମୁଁ ସକାଳ ୧୧ ଟାରେ ଘରକୁ ଆସିଲି।” କେବଳ ସେତିକି ନୁହେଁ, ବିଜେପି ସାଂସଦମାନେ ମୋଟା ମୋଟା ବାଡ଼ିରେ ପ୍ଲାକାର୍ଡ ଧରିଥିଲେ ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି “ବିଜେପି ସାଂସଦମାନେ ମୋଟା ବାଡିରେ ପ୍ଲାକାର୍ଡରେ ଧରି ଆସିଥିଲେ। ଏବଂ ଇଣ୍ଡିଆ ସହଯୋଗୀ ସାଂସଦଙ୍କ ଶାନ୍ତିପୂର୍ଣ୍ଣ ବିରୋଧକୁ ରୋକିବା ପାଇଁ ଠେଲାପେଲା କରିଥିଲେ। ଯାହାଦ୍ୱାରା ବାବା ସାହେବ ଆମ୍ବେଦକରଙ୍କ ପ୍ରତି ହୋଇଥିବା ଅପମାନର ମୁଖା ଖୋଲିବାରୁ ଆମେ ଯେମିତି ବିରତ ରହିବୁ। ତେବେ ଖଡ଼ଗେଙ୍କ ଏପରି ବୟାନରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ବିଆର୍. ଆମ୍ବେଦକରଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ବୟାନକୁ ନେଇ ଆଦି ଇଣ୍ଡିଆ ମେଣ୍ଟର ରାଜନେତାମାନେ ପ୍ରବଳ ବିରୋଧ କରିଥିଲେ। ଜବାବରେ ବିଜେପି ମଧ୍ୟ ଆନ୍ଦୋଳନ କରିଥିଲା। ସଂସଦରେ ଆଜି ହାଇଭୋଲ୍‌ଟେଡ୍ ଡ୍ରାମା ଦେଖିବାକୁ ମିଳିଛି। ଏହି ବିରୋଧ ସମୟରେ ପୂର୍ବତନ ମନ୍ତ୍ରୀ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଠି ରକ୍ତ ବୋହିଇଥିଲା। ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦଙ୍କୁ ତାଙ୍କ ଉପରକୁ ଠେଲି ଦେବାରୁ ଷଡ଼ଙ୍ଗୀଙ୍କ ମୁଣ୍ଡ ଫାଟିଥିବା ବିଜେପି ଅଭିଯୋଗ କରୁଛି। ଶୁଣିବାକୁ ମିଳୁଛି ଯେ ବିଜେପି ଏନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିବ। ସେପଟେ ରାହୁଲ ଗାନ୍ଧୀ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଜେପି ସାଂସଦମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ଠେଲାପେଲା କରିଥିଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!