୭୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
ନୟାଗଡ଼, (ବାଘୁଆବାର୍ତ୍ତା) : ନିକଟରେ ବାଘୁଆବାର୍ତ୍ଥାରେ ନୟାଗଡ଼ ସହର ସମେତ ଆଖପାଖ ଅଂଚଳରେ ବ୍ରାନସୁଗାର ବ୍ୟବାସାୟ କାୟା ବିସ୍ତାର କଲାଣି ବୋଲି ଖବର ପ୍ରକାଶ ପାଇଥିଲା । ସ୍ଥାନୀୟ ଅବକାରୀ ବିଭାଗ ଓ ପୁଲିସ ବିଭାଗର ନୀରବଦ୍ରଷ୍ଟା ଭୂମିକାକୁ ଏଡ଼ାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ୭୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ସୂଚନାନୁସାରେ, ନୟାଗଡ଼ ସଦରଥାନା ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଗୋଡ଼ିସାହିର ଜମ୍ବେଶ୍ୱର ମହାପାତ୍ରଙ୍କ ପୁଅ ପ୍ରକାଶ ମହାପାତ୍ରକୁ ଅବକାରୀ ବିଭାଗ ଗିରଫ କରିଛି । ପ୍ରକାଶ ଦୀର୍ଘଦିନ ଧରି ବ୍ରାଉନସୁଗାର ବ୍ୟବସାୟ କରୁଥିବା ନେଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପାଖରେ ଖବର ରହିଥିଲା । ଆଜି ଆଇ.ଆଇ.ସି ଜଗଦିସ୍ ସାମଲଙ୍କ ଏବଂ ଇନ୍ସିପେକ୍ଟର କାଲାରାମ ସୋରେନ୍ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ତା ଘର ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଝରିଆର ଘରୁ ୭୩ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ମୁଲ୍ୟ ସାତ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଅବକାରୀ ପୁଲିସ ଆଜି ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।