Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଣ୍ଡିଆ ମେଣ୍ଟର ନୂଆ ରଣନୀତି, ଦୂରେଇଲେ କେଜ୍ରିୱାଲ ପାଖେଇଲେ ମମତା

by ସଞ୍ଜୟ ସ୍ୱାଇଁ
June 4, 2025
in NATIONAL NEWS
ଇଣ୍ଡିଆ ମେଣ୍ଟର ନୂଆ ରଣନୀତି, ଦୂରେଇଲେ କେଜ୍ରିୱାଲ ପାଖେଇଲେ ମମତା
114
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ କ୍ଷମତା ହାସଲ କରିବାରେ ବିଫଳ ରହିଥିଲେ ମଧ୍ୟ ଶାସକ ବିଜେପିକୁ ସଂଖ୍ୟା ଗରିଷ୍ଠ ସ୍ଥିତି ଲକ୍ଷ୍ୟରୁ ପଛକୁ ହଟାଇ ଦେଇ୍ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସହଯୋଗୀ ଦଳଙ୍କର ସହାୟତା ନେବାକୁ ଇଣ୍ଡିଆ ମେଣ୍ଟ ବାଧ୍ୟ କରିଦେଇଥିଲା। କେନ୍ଦ୍ରରେ ସରକାର ଗଠନ ହେବାର ଏକ ବର୍ଷ ମଧ୍ୟରେ ବିରୋଧୀ ଇଣ୍ଡିଆ ମେଣ୍ଟରେ ଫାଟ ନଜର ଆସିଥିଲା। ମେଣ୍ଟର ଘର କଳି ପଦାରେ ପଡ଼ିଥିଲା। ଏନସିପି ଏବଂ ଆପ୍ ମେଣ୍ଟରୁ ଦୂରେଇବାରେ ଲାଗିଥିବାବେଳେ ଟିଏମସି ପ୍ରମୁଖ ମମତା ବାନାର୍ଜୀ ମେଣ୍ଟ ମୁହାଁ ହେବାରେ ଲାଗିଛନ୍ତି। ଅପରେସନ ସିନ୍ଦୂର ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବା ପାଇଁ କଂଗ୍ରେସ ନେତୃତ୍ବରେ ନୂଆଦିଲ୍ଲୀରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବୈଠକରେ ୧୬ ବିରୋଧୀ ଦଳର ନେତା ଯୋଗଦେଇଥିଲେ। କିନ୍ତୁ ଶରଦ ପାୱାର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ର କୌଣସି ନେତା ବୈଠକରେ ଉପସ୍ଥିତ ନଥିଲେ। ମମତାଙ୍କ ଦଳ ଟିଏମସିର ସାଂସଦ ଡେରେକ ଓ ବ୍ରାୟନ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେଇଥିବା ୧୬ ଦଳଙ୍କ ମଧ୍ୟରେ କଂଗ୍ରେସ, ଟିଏମସି, ଡିଏମକେ, ଏସ୍ପି, ଶିବସେନା (ୟୁବିଟି), ଆରଜେଡି, ନ୍ୟାସନାଲ କନଫରେନ୍ସ, ଜେଏମଏମ, ସିପିଆଇ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍, ଆରଏସପି, ଭିଏସପି, କେରଳ କଂଗ୍ରେସ, ଏମଡିଏମକେ ଏବଂ ସିପିଆଇ (ଏମଏଲ)ର ନେତାମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ୧୬ଟି ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପହଲଗାମ ଆତଙ୍କବାଦୀ ଆକ୍ରମଣ, ‘ଅପରେସନ ସିନ୍ଦୂର’ ଏବଂ ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା ‘ଅସ୍ତ୍ରବିରତି’ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ବୋଲି ଅନୁରୋଧ କରିଥିଲେ। ତେବେ ବୈଠକରେ ଶରଦ ପାୱାରଙ୍କ ଦଳର କୌଣସି ନେତା ଯୋଗଦେଇ ନଥିବାରୁ ଏବେ ଇଣ୍ଡିଆ ମେଣ୍ଟ ନେଇ ତାଙ୍କର ମନୋଭାବ ବଦଳିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିଭଳି ଅରବିନ୍ଦ କେଜ୍ରିୱାଲଙ୍କ ଇଣ୍ଡିଆ ମେଣ୍ଟ ସହିତ ନିଜର ସମ୍ପର୍କ ତୁଟାଇ ଦେଇଥିବା ଚର୍ଚ୍ଚା ହେଉଛି। ଏବେ ଇଣ୍ଡିଆ ମେଣ୍ଟ ଶରଦ ପାୱାର ଏବଂ କ୍ରେଜିୱାଲଙ୍କ ବିନା କେଉଁ ପଦକ୍ଷେପ ନେବ ସେ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା କରାଯାଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!