Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତି ଅଧିଆ ପିଡିଏସ୍ ହଡପ୍ ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କଲେ ୨ଜଣିଆ ଟିମ୍

by ସଞ୍ଜୟ ସ୍ୱାଇଁ
May 13, 2021
in Feature News, Nayagarh
ରାତି ଅଧିଆ ପିଡିଏସ୍ ହଡପ୍ ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କଲେ ୨ଜଣିଆ ଟିମ୍
511
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ରାତି ଅଧିଆ ପଞ୍ଚାୟତ ଗୋଦାମ ଘରୁ ପିଡିଏସ୍ ହଡପ୍ କରିବା ଘଟଣା । ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ ଏବଂ ସବ୍ ଡିଭିଜିନାଲ୍ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ତଦନ୍ତ କରି ଫେରିଛନ୍ତି । ତଦନ୍ତ ବେଳେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନିଲ ବେହେରା ପିଡିଏସ୍ ଷ୍ଟକର ଆନୁସଙ୍ଗିକ କାଗଜ ପତ୍ର ଦେଖାଇ ପାରିନଥିଲେ । ଯେହେତୁ ବହୁ ଦିନଧରି ସଂପୃକ୍ତ ଅଧିକାରୀଙ୍କ ନାମରେ ବହୁ ଅଭିଯୋଗ ରହି ଆସିଛି । ଏହାକୁ ପ୍ରକୃତ ସମୀକ୍ଷା କରିବା ପାଇଁ ଦୁଇ ତିନି ଦିନର ସମୟ ଲାଗିବ । ରାତିଅଧିଆ କେଉଁ କାରଣରୁ ପିଡିଏସ୍ ସାମଗ୍ରୀ ଚାଲାଣ କରାଯାଉଥିଲା ଏହାର ସଠିକ୍ ଉତ୍ତର ସଂପୃକ୍ତ ଅଧିକାରୀ ଦେଇପାରୁନାହାନ୍ତି । ଗ୍ରାମବାସୀ ପ୍ରକୃତ ଘଟଣା ପଦାକୁ ଆସିବା ପାଇଁ ଜିଲ୍ଲାପାଳଙ୍କ ଉପରେ ଭରସା ରଖିଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କେରେଣ୍ଡାଟାଙ୍କି ପଞ୍ଚାୟତର ଜନସାଧାରଣ ଅଭିଯୋଗ ଆଣିଥିଲେ । ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପିଡିଏସ୍ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ କେରେଣ୍ଡାଟାଙ୍କି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନିଲ୍ ବେହେରା ହିତାଧିକାରୀ ମାନଙ୍କୁ ନଦେଇ ଗୋଦାମ ଗୃହରେ ଗଚ୍ଛିତ ରଖି ରାତି ଅଧିଆ ଅନ୍ୟତ୍ର ବିକ୍ରି କରୁଥିବା ଜଣାପଡୁଛି । ବାରମ୍ବାର ହିତାଧିକାରୀ ପିଡିଏସ୍ ସାମଗ୍ରୀ ପଞ୍ଚାୟତ ପିଇଓଙ୍କୁ ମାଗିଲେ ମଧ୍ୟ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ପଞ୍ଚାୟତର ପିଇଓ ଦୁଇ ଜଣ ସହଯୋଗୀଙ୍କ ସହିତ ଚଳିତ ମାସର ୩ତାରିଖ ରାତ୍ର ସାଢେ ୮ଟା ସମୟରେ ପଞ୍ଚାୟତ ଗୋଦାମ ଗୃହରେ ଦୁଇଟି ବାଇକ୍ ଲଗାଇ ପିଡିଏସ୍ ସାମଗ୍ରୀ ଲୁଟି ନେଉଥିବା ବେଳେ ପଛରେ ଜଣେ ବ୍ୟକ୍ତି ଗୋଦାମ ଗୃହର ସଟର ପକଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!