ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ୭୮୬ ୟୁଥ କ୍ଲବ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଫୁଟବଲ କପ ଆଜିର ଖେଳରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ଏବଂ ଭୂବନେଶ୍ୱର ସଂଘର୍ଷ ସ୍ପୋର୍ଟ୍ସ ବାରକୋଡ୍ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଲଢ଼େଇ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ କେରଳ ଇଲେକ୍ଟ୍ରି ସିଟି ବୋଡ଼ର ୧୧ ନଂ ଖେଳାଳୀ ସୁଗୁନ୍ କୁମାର ୮ମିନିଟ୍ ମସୟରେ ବିପକ୍ଷ ଦଳକୁ ଗୋଲ ଦେଇଥିଲେ । ପରେ ୧୦ ମିନିଟ୍ ସମୟରେ ୧୦ ନଂ ଖେଳାଳୀ ଭିକ୍ନେସ୍ ଏମ୍ ଅନ୍ୟ ଏକ ଗୋଲ ଦେଇଥିବା ବେଳେ ୨୦ ନଂ ଖେଳାଳୀ ଏଲ୍ଡୋଲ୍ ଜେମ୍ଫୋର୍ସ ୩୭ ମିନିଟରେ ତୃତୀୟ ଗୋଲ ଦେଇଥିଲେ । ଦ୍ୱିତିୟାର୍ଦ୍ଧରେ ଉଭୟ ଉଭୟ ଦଳ ମଧ୍ୟରେ ଖେଳ ଚିତାକର୍ଷକ ହୋଇଥିବା ବେଳେ ୯୯ ନଂ ଖେଳାଳୀ ସୁଦେଶ ଏସ୍ ଭୂବନେଶ୍ୱର ସଂଘର୍ଷ କ୍ଲବକୁ ପୁଣି ଏକ ଗୋଲ ଦେଇଥିଲେ । ଫଳରେ ଆଜିର ମ୍ୟାଚରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ୪-୦ରେ ବିଜୟୀ ଘୋଷିତ ହୋଇଛି । ଆଜିର ଫୁଟବଲ ଟୁନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଂଚ ସଂଘ ସଭାପତି ପ୍ରଦୀପ କୁମାର ସାହୁ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ଦଳର ୫ ନଂ ଖେଳାଳୀ ଫ୍ରାନସିସି ଏସ୍ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ମୁଖ୍ୟ ରେଫରୀସ୍ରାଜୁ ମହାନ୍ତି ଆଜିର ଖେଳ ପରିଚାଳନା କରିଥିଲେ । ରେଫରୀ କୀର୍ତ୍ତି ରଂଜନ ସ୍ୱାଇଁ, ଅଶୋକ କହଁର ତାଙ୍କୁ ସହାୟତା କରିଥିଲେ ।