ନୟାଗଡ଼ ସର୍ବ ଭାରତୀୟ ଫୁଟବଲ୍ ଟୁନାମେଣ୍ଟ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ୭୮୬ ୟୁଥ କ୍ଲବ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଫୁଟବଲ କପ ଆଜି ଉଦ୍ଯାପିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ଏବଂ ଟାଟା ଏକାଡେମୀ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଲଢ଼େଇ ହୋଇଥିଲା । ଖେଳରେ ପ୍ରଥମାର୍ଦ୍ଧରେ କେରଳ ଦଳର ୨୦ ନଂ ଖେଳାଳୀ ବିପକ୍ଷ ଦଳକୁ ଗୋଟିଏ ଗୋଲ ଦେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଫଳରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ ୧-୦ରେ ବିଜୟୀ ଘୋଷିତ ହୋଇଥିବା ବେଳେ ଟାଟା ଏକାଡେମୀ ରନର୍ସ ଅଫ୍ ଘୋଷିତ ହୋଇଛି । ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗ ଦେଇଥିଲେ । ଆଜିର ଫାଇନାଲ ମ୍ୟାଚର ବିଜୟୀ ଦଳକୁ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଏହିତ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅଫ୍ ଦଳକୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ ।






