ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କେନ୍ଦୁଢିପି ଉଚ୍ଚ ବିଦ୍ୟାଳୟରୁ ବହୁ ମୁଲ୍ୟବାନ ସାମଗ୍ରୀ ଚୋରୀ ହୋଇଛି । ଏନେଇ ବିଦ୍ୟାଳୟ ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ କରାଯାଇଛି । ଡିଜେଏସ ଉଚ୍ଚ ବିଦ୍ୟାଳୟ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ ହୋଇଥିଲା । ବିଦ୍ୟାଳୟର ଉନ୍ନତୀ କରଣ କାର୍ୟ୍ୟ କରାଯାଇଥିବା ବେଳେ ନୂତନ ଭାବେ ଲଗା ଯାଇଥିବା ସିସିଟିଭି, ଏଲଇଡି ଟିଭି, କମ୍ପ୍ୟୁଟର ସହ ବହୁ ମୁଲ୍ୟବାନ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଇଟାମାଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିବା ସୂଚନା ମିଳିଛି ।





